ରାତିରେ ଯଦି ନିଦ ନଆସେ ତେବେ ବାସ୍ତୁରେ ଏହି ପରିବର୍ତ୍ତନ କରି ଦେଖନ୍ତୁ ! ନିଶ୍ଚିତ ନିଦ ଆସିବ
ଆଜିକାଲି ଲୋକମାନଙ୍କ ମଧ୍ୟରେ ନିଦ ନହେବାର ସମସ୍ୟା ଦେଖିବାକୁ ମିଳୁଛି। ଏପରି ଲୋକମାନେ ବହୁତ ସମୟ ଚେଇଁ ରହିଥାନ୍ତି, ବହୁତ ଚେଷ୍ଟା ପରେ ନିଦରେ ସୋଇଥାନ୍ତି। ଏମିିତି ନିଦ ନ ହେବା ଦ୍ବାରା ଶରୀର ଅସୁସ୍ଥ ହୋଇଥାଏ ଏବଂ ଏହା ସହିତ ଏମାନେ ଦିନ ସାରା ଚିଡ ଚିଡ ହେବା ସହିତ ମୁଣ୍ଡବିନ୍ଧା ଏବଂ ର୍ଦୁବଳ ପରି ଲାଗିଥାଏ।
ପ୍ରତିଦିନ ଖାଉଛନ୍ତି କି ନିଦ ଔଷଧ :-
କ’ଣ ଆପଣଙ୍କ ସହିତ ଏମିତି ହେଉଛି ରାତି ସମୟରେ ଘରର ସମସ୍ତ ସଦସ୍ୟ ନିଦ୍ରାରେ ଶୋଇ ଯାନ୍ତି ଏବଂ ଆପଣ ସାରା ରାତି ଅନିଦ୍ରାରେ ରହୁଛନ୍ତି ।ଆଜିକାଲି ନିଦ୍ରା ନଆସିବାର ସମସ୍ୟା ବହୁତ ସାଧାରଣ କଥା। ସବୁବେଳେ ଲୋକଙ୍କ ମୁହଁରୁ ଏହା ଶୁଣିବାକୁ ମିଳିଥାଏ ତାଙ୍କୁ ରାତିରେ ଗଭୀର ନିଦ୍ରା ଆସିନ ଥାଏ। ଆଖି ବନ୍ଦ ରହିଥାଏ,କିନ୍ତୁ ମସ୍ତିଷ୍କ ଚାଲି ରହିଥାଏ ଓ ମନ ଅସ୍ଥିର ରହିଥାଏ। ଏହିପରି କିଛି ଲୋକ ପ୍ରତିଦିନ ନିଦ୍ରା ପାଇଁ ଔଷଧ ଖାଇବାକୁ ପଡ଼ିଥାଏ। ଏକୁଟିଆ ଓ ମାନସିକ ଅସୁବିଧା କାରଣ ପାଇଁ ଏମିତି ହେଉଥାଇ ପାରେ କିମ୍ବା ଆପଣଙ୍କ ଘରର ବାସ୍ତୁ ଏହି ସମସ୍ୟା ପାଇଁ ଦାୟୀ ହୋଇପାରେ । ବାସ୍ତୁରେ କିଛି ଛୋଟ ମୋଟ ପରିବର୍ତ୍ତନ କରି ଆପଣ ଏହି ସମସ୍ୟାର ବହୁତ୍ ନିୟନ୍ତ୍ରଣ ପ୍ରାପ୍ତ କରି ପାରିବେ।
ଶୟନ କକ୍ଷ ହେବ ଏହିପରି :-
ଯଦି ଆପଣ ଭଲ ନିଦ୍ରା ଚାହୁଁଛନ୍ତି ତେବେ ଆପଣଙ୍କ ଶୟନ କକ୍ଷର ବାତାବରଣ ଶାନ୍ତ ହେବା ଉଚିତ୍।ଶୟନ କକ୍ଷରେ ଇକେକ୍ଟ୍ରନିକ ଜିନିଷ ଯେମିତି ଟିଭି,ଲାପଟପ୍ ଓ ମୋବାଇଲ ଫୋନ ରଖିବା ଉଚିତ୍ ନୁହେଁ। ଆଜିକାଲିର ଏହି ମୋବାଇଲ ଫୋନ୍ ଆପଣଙ୍କ ଅନିଦ୍ରା ପାଇଁ ସବୁଠାରୁ ଅଧିକ ଦାୟୀ ହୋଇଥାଏ।
ଏପରି ଶୟନ କକ୍ଷ ଉପରେ ଶୋଇବେ ନାହିଁ :-
ଶୟନ କକ୍ଷ ଉପରେ କେବେ ମଧ୍ୟ ଏହି ପ୍ରକାର ନିର୍ମାଣ ହେବା କଥା ନୁହଁ ଯାହା ଜଳ ସହିତ ଜଡିତ ଥିବ।ଏଥିପାଇଁ ଆପଣଙ୍କ ଜୀବନରେ ପ୍ରୁଥକତ ଆସିଥାଏ ଏବଂ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ।ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ରହିବ ତେବେ ଆପଣଙ୍କୁ କେବେ ରାତିରେ ସୁଖ ନିଦ୍ରା ଆସିବ ନାହିଁ। ଯଦି ଘର ଛୋଟ ହେବା କାରଣ ପାଇଁ ଏହା ସମ୍ଭବ ନୁହେଁ ତେବେ ଶୟନ କକ୍ଷରେ ଫଲ୍ସ ସିଲିଂ ଲଗାଇ କରି ଏମିତି କରି ପାରିବେ।
ଦିଗ ଗୁଡ଼ିକର ମଧ୍ୟ ମହତ୍ଵ ପୂର୍ଣ୍ଣ ଭୂମିକା ରହିଛି :-
ଭଲ ନିଦ୍ରା ଏହି କଥା ଉପରେ ନିର୍ଭର କରେ ଆପଣ କେଉଁ ଦିଗରେ ଶୋଉଛନ୍ତି। ଯଦି କକ୍ଷରେ ପଲଙ୍କ ଭୁଲ ଦିଗରେ ରହିଥାଏ ତେବେ ବ୍ୟକ୍ତିଙ୍କୁ ରାତିରେ ଭଲ ନିଦ୍ରା ଆସିବା ବହୁତ୍ କଷ୍ଟକର ହୋଇଥାଏ।ଶୟନ ସମୟରେ ଆପଣଙ୍କ ମୁଣ୍ଡ ଦକ୍ଷିଣ ଦିଗକୁ ରହିବା ଆବଶ୍ୟକ କିମ୍ବା ପଶ୍ଚିମ ଦିଗକୁ ରହିବା ଆବଶ୍ୟକ। ଏହି ଦିଗରେ ମୁଣ୍ଡ କରି ଶୋଇବା ଭଲ ବୋଲି ମାନନ୍ତି। ଶୋଇବା ସମୟରେ ଉତ୍ତର ଦିଗକୁ କେବେ ମୁଣ୍ଡ ରଖିବ ନାହିଁ। ଏଥିପାଇଁ ଶୋଇବା ସମୟରେ ଦକ୍ଷିଣ – ପଶ୍ଚିମ ଦିଗ ଭଲ ବୋଲି ମାନା ଯାଇଥାଏ।
ଶୟନ କକ୍ଷ ସଫା ରଖିବା :-
ଭଲ ନିଦ୍ରା ପାଇଁ ଏହା ବହୁତ୍ ଆବଶ୍ୟକ ଆପଣଙ୍କ ଶୟନ କକ୍ଷର ସମସ୍ତ ଜିନିଷ ଏକଦମ୍ ବ୍ୟବସ୍ଥିତ ସ୍ଥାନରେ ରହିଥିବ। ଜିନିଷ ଏଣେ ତେଣେ ପଡ଼ିଥିଲେ ନିଦ୍ରାରେ ଅସୁବିଧା ପଡ଼ିଥାଏ। ଶୟନ କକ୍ଷ ସଫା ସୁତୁରା ରଖିବା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଶୋଉଥିବା ସମୟରେ ଏହି କଥାର ନିଶ୍ଚିତ ଧ୍ୟାନ ରଖନ୍ତୁ କେବେ ଆପଣଙ୍କ ମୁଣ୍ଡ ପଛପଟ ଝରକା ଖୋଲି ଶୋଇବେ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ନିଦ୍ରାରେ ବ୍ୟବଧାନ ପଡ଼ିଥାଏ ଏବଂ ରାତିରେ ଡରୁଥିବା ସ୍ବପ୍ନ ଆସିଥାଏ।
ଏହି ପ୍ରକାର ଲଗାନ୍ତୁ ନାହିଁ ପଲଙ୍କ :-
ଆପଣଙ୍କ ଶୟନ କକ୍ଷରେ ପଲଙ୍କ ଏହି ପ୍ରକାର ଲଗାନ୍ତୁ ନାହିଁ ଯେପରି ମୁଖ୍ୟ କବାଟ ଠିକ୍ ସାମ୍ନାରେ ପଡୁଥିବ । ଏହା କରିବା ଦ୍ୱାରା ବାସ୍ତୁ ଦୌଷ ଆରମ୍ଭ ହୋଇଥାଏ ଓ ଆପଣଙ୍କ ଭଲ ନିଦ୍ରାରେ ବାଧା ଉତ୍ପନ ହୋଇଥାଏ। ଯଦି ଜାଗା କମ୍ ହେବା କାରଣରୁ ପଲଙ୍କକୁ ହଟାଇବା ଅସୁବିଧା ହେଉଥାଏ ତେବେ ଦୁଆର ସାମ୍ନାରେ ପରଦା ଲଗାଇ ବାସ୍ତୁ ଦୋଷକୁ ଦୁର କରା ଯାଇ ପାରିବ।
ନିଦ ଆସିବା ପାଇଁ କିଛି ଟିପ୍ସ :
୧. ଶୋଇବା ପୂର୍ବରୁ ଗରମ କ୍ଷୀର ପିଅନ୍ତୁ।
୨. ନିଜ ଡାଇଟରେ ପୌଷ୍ଟିକ ଆହର ମାନେ ସବୁଜ ପନି ପରିବା ,ରୁଟି,ଭାତ ଏବଂ ସାଲଟ ଖାନ୍ତୁ।
୩. ସପ୍ତାହରେ ୪ ରୁ ୫ଦିନ ଫୁଟ ମସାଜ କରନ୍ତୁ।
୪. ଯୋଗ କରନ୍ତୁ।
୫. ଡିନର ପରେ ଓ୍ବାକ କରନ୍ତୁ।
୬. ନିଶା ଜାତି ଦ୍ରବ୍ୟରୁ ବଞ୍ଚନ୍ତୁ।
୭. ଚା ଏବଂ କଫି ପିଇବା କମ କରନ୍ତୁ।
୮. ଠିକ ସମୟରେ ଶୋଇବାକୁ ଚେଷ୍ଟା କରନ୍ତୁ।
୯. ସେଜ ସଫା ରଖନ୍ତୁ।
୧୦. ଶୋଇବା ସମୟରେ ମୋବାଇଲରେ ସମୟ କାଟନ୍ତୁ ନାହିଁ।
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।




