ସକାଳେ ଚା’ ଓ ବିସ୍କୁଟ ସହ ଅନ୍ୟାନ୍ୟ ଚିପ୍ସ ଖାଉଥିଲେ ହୋଇଯାନ୍ତୁ ସାବଧାନ
ସକାଳର ଆରମ୍ଭ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟରୁ ହେବା ଉଚିତ୍। ଯାହାଦ୍ୱାରା ଦିନଟି ଆପଣଙ୍କ ଭଲରେ କଟିବ। ମାତ୍ର ସ୍ୱାସ୍ଥ୍ୟକର ନହେଲେ ଦିନଯାକ ଥକ୍କାପଣ ଅନୁଭବ ହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଫଳରେ ବିିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
ଅନେକ ଲୋକେ ନିଜ ସକାଳର ଆରମ୍ଭ ଚା’ ଓ ବିସ୍କୁଟ ସହିତ ଚିପ୍ସ ଖାଇ ଆରମ୍ଭ କରିଥାଆନ୍ତି। ମାତ୍ର ଏଭଳି ଖାଇବା ଦ୍ୱାରା ଦିନଯାକ ବ୍ୟସ୍ତିଆ ଅନୁଭବ ହୋଇଥାଏ। ଖାଇବାକୁ ଇଚ୍ଛା ହୋଇନଥାଏ। ଦିନର ଆରମ୍ଭ ସର୍ବଦା ପୋଷକ ତତ୍ତ୍ୱ ଖାଦ୍ୟରୁ ହିଁ ଆରମ୍ଭ କରିବା ଉଚିତ୍। ବିିଭିନ୍ନ ପ୍ରକାର ଫଳ,ଡ୍ରାଏ ଫ୍ରୁଟ୍ସ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଫଳରେ ରୋଗ ଶରୀରରୁ ଦୂରେଇ ରହିଥାଏ। ଜାଣନ୍ତୁ ..
ସକାଳର ଆରମ୍ଭ କଦାପି କାର୍ବୋହାଇଡ୍ରେଟ ଥିବା ଖାଦ୍ୟରୁ କରିବା ଅନୁଚିତ। ଏଭଳି ଖାଦ୍ୟ ପାଚନ ତନ୍ତ୍ରକୁ ଧିମା କରିବା ସହ କୁପ୍ରଭାବ ପକାଇଥାଏ। ବିଶେଷଜ୍ଞଙ୍କ ମତରେ ସକାଳେ ସର୍ବଦା ତମ୍ବା ପାତ୍ରରେ ପାଣି ପିଇବାରୁ ଆରମ୍ଭ କରନ୍ତୁ। ଏହାପରେ ବାଦାମ ନିଶ୍ଚୟ ଖାଆନ୍ତୁ। ପୋଷକ ତତ୍ତ୍ୱରେ ଥିବା ଜୁସ୍ ମଧ୍ୟ ପିଅନ୍ତୁ। ଜଳଖିଆରେ କଳଦୀ କିମ୍ବା ଅମୃତଭଣ୍ଡା ମଧ୍ୟ ସାମିଲ କରିପାରିବେ।
ଜଳଖିଆ ସର୍ବଦା ପୁଷ୍ଟିଯୁକ୍ତ ହେବା ଉଚିତ। ସକାଳେ ଉଠିବା ପରେ ଅନେକ ଲୋକେ ଚା’ ଓ ବିସ୍କୁଟ, ପାଉଁରୁଟି ଆଦି ଖାଇଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ଦିନଯାକ ଥକ୍କାପଣ ଲାଗିବା ସହ ଗ୍ୟାଷ୍ଟ୍ରିକ,ଏସିଡିଟି ହୋଇ ଗଳା ପୋଡ଼ାଜଳା ହୋଇଥାଏ। ଦିନଯାକ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଶରୀରକୁ ସଠିକ ପୋଷକ ତତ୍ତ୍ୱ ମିଳିପାରିନଥାଏ। ଏହାର ପ୍ରଭାବ ମସ୍ତିଷ୍କ ଓ ସ୍ମରଣ ଶକ୍ତି ଉପରେ ମଧ୍ୟ ପକାଇଥାଏ। ଚିଡାପଣ ବୃଦ୍ଧି କରିଥାଏ।
