ଜଣେ ଭୋଟର୍ ସମାନ ପଦବୀ ପାଇଁ ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ମାରିଥିଲେ ନାକଚ ହେବ ଭୋଟ୍
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈଧ ଭୋଟ୍ ନେଇ ରାଜ୍ୟ ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି । ଜଣେ ଭୋଟର୍ ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ମାରିଥିଲେ ତାହା ଅବୈଧ ଭୋଟ୍ ଭାବେ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି । ଏନେଇ ସବୁ ଜିଲ୍ଲା ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି । ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ଜଣେ ଭୋଟର୍ ମୋହର ମାରିଥିଲେ ତାହ ଅବୈଧ ଭୋଟ୍ ଭାବେ ଘୋଷଣା କରାଯିବା ସହ ନାକଚ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ସେହିଭଳି ବୈଧ ଭୋଟ୍ ନେଇ ମଧ୍ୟ ଚିଠିରେ ସ୍ପଷ୍ଟ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ଭୋଟ୍ ଗଣତିବେଳେ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।
