ଆଇସିସି ମହିଳା ବିଶ୍ୱକପ : ପାକିସ୍ତାନକୁ ପାଣି ପିଆଇଲା ଭାରତ, ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଭାରତୀୟ ଦଳ ପ୍ରଥମରୁ ହିଁ ବିଜୟ ଅଭିଯାନ ଆରମ୍ଭ କରିଛି। ମିତାଲି ରାଜଙ୍କ ନେତୃତ୍ୱାଧିନ ଟିମ ଇଣ୍ଡିଆ ୧୦୭ ରାନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ, ପାକିସ୍ତାନ ବିପକ୍ଷ ମହିଳା ଦିନିକିଆରେ ନିଜର ଅବିସ୍ମରଣୀୟ ବିଜୟ ଧାରା ବଜାୟ ରଖିଛି। ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏହା ଏକାଦଶତମ ଦିନିକିଆ ମ୍ୟାଚ୍ ଥିଲା। ଯେଉଁଥିରୁ ଭାରତର ଏହା ଦଶମ ବିଜୟ। ସ୍ପିନର ରାଜେଶ୍ୱରୀ ଗାୟକୱାଡ ଓ ସ୍ନେହ ରାଣା ଉଭୟ ବ୍ୟାଟିଂ ଏବଂ ବଲିଂରେ ନିଜର ପାରଦର୍ଶିତା ଦେଖାଇଛନ୍ତି।
ପାକିସ୍ତାନ ବିପକ୍ଷରେ ଏକାଦଶତମ ମ୍ୟାଚରେ ବି ଭାରତ ମହିଳା ଦଳ ବିଜୟ ଧ୍ୱଜା ଉଡାଇଛି। ଏହି ସବୁ ବିଜୟରେ ପାକିସ୍ତାନୀ ଟିମ୍ ୨୦୦ ରନ ମାର୍କକୁ ଛୁଇଁ ନାହାନ୍ତି। ଏଥି ସହିତ ପାକିସ୍ତାନର ଦଳ କୌଣସି ମ୍ୟାଚ୍ରେ ଭାରତକୁ ଅଲ ଆଉଟ କରିବାରେ ସକ୍ଷମ ହୋଇନାହାନ୍ତି। ରବିବାର ମ୍ୟାଚରେ ଭାରତର ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଯେଉଁ ଭାବନା ସହିତ ପ୍ରଥମେ ବ୍ୟାଟିଂ କରିବାକୁ ମନସ୍ଥ କରିଥିଲେ, ସେପରି ଆରମ୍ଭ ହୋଇନଥିଲା। ୧୧୪ ରନ୍ ସ୍କୋରରେ ଭାରତ ୬ଟି ୱିକେଟ୍ ହରାଇଥିଲା। ଏହି ସମୟରେ ସ୍ମୃତି ମନ୍ଧନା ଓ ଦୀପ୍ତି ଶର୍ମା ଏକ ବଡ ଇନିଂସ ଖେଳିଥିଲେ।
କିନ୍ତୁ ସପ୍ତମ ୱିକେଟରେ ଟିମ ଇଣ୍ଡିଆ ୨୪୫ ରନ୍ ସ୍କୋର କରିଥିଲା। ଏହି ସହଭାଗିତା ପୂଜା ବତ୍ସକାରଏବଂ ସ୍ନେହ ରାଣାଙ୍କ ମଧ୍ୟରେ ହୋଇଥିଲା। ପୂଜା ବତ୍ସକାର ଓ ସ୍ନେହ ରାଣା ମିଳିତ ଭାବେ ସପ୍ତମ ୱିକେଟ୍ ପାଇଁ ୧୨୨ ରନ୍ ଯୋଡିଥିଲେ। ପାକିସ୍ତାନ ସାମନାରେ ୨୪୫ ରନ ଲକ୍ଷ୍ୟ ଥିଲା। ମାତ୍ର ୧୩୭ ରନ୍ ସ୍କୋର କରିବା ପରେ ଦଳ ଅଲ୍ ଆଉଟ୍ ହୋଇଥିଲା। ମାତ୍ର ୪୩ ଓଭରରେ ପାକିସ୍ତାନର ସମସ୍ତ ୧୦ ୱିକେଟ୍ ଶିକାର ହୋଇଥିଲେ। ଏହି ବିଜୟ ସହିତ ଟିମ ଇଣ୍ଡିଆ ଟେବୁଲ ଟରରେ ପହଞ୍ଚିଛି। ୫୯ ବଲରେ ୬୭ ରନ କରିଥିବା ପୂଜା ବତ୍ସକାରଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ପୁରସ୍କାର ଦିଆଯାଇଛି।
