ଆଇସିସି ଟେଷ୍ଟ ରାଙ୍କିଙ୍ଗ : ରୋହିତ, ରାହୁଲ ଓ ସିରାଜଙ୍କୁ ବିପୁଳ ଫାଇଦା
ଦୁବାଇ : ଆଇସିସି ପକ୍ଷରୁ ବୁଧବାର ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି। ଭାରତ ବିପକ୍ଷ ସିରିଜ୍ରେ ଏ ପର୍ଯ୍ୟନ୍ତ ୨ଟି ଶତକ ହାସଲ କରିଥିବା ରୁଟ୍ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାର ଶୀର୍ଷରେ ଥିବା କେନ ଓ୍ଵିଲିୟମସନଙ୍କ ନିକଟତର ହୋଇଛନ୍ତି। ଓ୍ଵିଲିୟମସନ ୯୦୧ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ରୁଟ୍ଙ୍କ ପଏଣ୍ଟ ୮୯୩କୁ ବୃଦ୍ଧି ଘଟିଛି । ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ପଞ୍ଚମ ସ୍ଥାନରୁ ସିରିଜ୍ ଆରମ୍ଭ କରିଥିବା ଜୋ ରୁଟ୍ ଏବେ ବିରାଟ କୋହଲିଙ୍କୁ ପଛରେ ପକାଇବା ପରେ ମାନ୍ୟତାର ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ରୁଟ୍ ଏବଂ ଓ୍ଵିଲିୟମସନଙ୍କ ମଧ୍ୟରେ ମାତ୍ର ୮ ପଏଣ୍ଟର ବ୍ୟବଧାନ ରହିଛି। ଅନ୍ୟପକ୍ଷରେ ଖରାପ ଫର୍ମରେ ସଂଘର୍ଷ କରୁଥିବା ଅଧିନାୟକ ବିରାଟ କୋହଲି ରେଟିଂ ପଏଣ୍ଟ ୭୭୬ ସହ ଗତ ସପ୍ତାହରେ ଗୋଟିଏ ସ୍ଥାନ ଖସିଥିବା କୋହଲି ଏଥର ରାଙ୍କିଙ୍ଗର ପଞ୍ଚମ ସ୍ଥାନରେ ରହିଛନ୍ତି।
↗️ Joe Root rises to No.2
— ICC (@ICC) August 18, 2021
↗️ Babar Azam moves up two spots
The latest @MRFWorldwide ICC Men's Test Player Rankings for batting ?
? https://t.co/OMjjVx5Mgf pic.twitter.com/ERYzCGm9Pc
ସେପଟେ ରୋହିତ ଶର୍ମା କ୍ୟାରିୟରର ସର୍ବଶ୍ରେଷ୍ଠ ଟେଷ୍ଟ ରେଟିଂ ୭୭୩ ହାସଲ କରିଛନ୍ତି। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ରେଟିଂ ମଧ୍ୟରେ କେବଳ ୩ ଅଙ୍କର ବ୍ୟବଧାନ ରହିଛି। ରୋହିତ ଟେଷ୍ଟ ମାନ୍ୟତାରେ ଦ୍ଵିତୀୟ ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ରୋହିତ୍ ଶର୍ମା ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନ୍ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ତୃତୀୟ ଓ ମାର୍ନସ ଲାବୁଶେନ୍ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ସେହିପରି ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଓ ଯୁବ ପେସ ବୋଲର ମହମ୍ମଜ ସିରାଜଙ୍କୁ ରାଙ୍କିଙ୍ଗରେ ବିପୁଳ ଫାଇଦା ମିଳିଛି । ଲର୍ଡ୍ସ ଟେଷ୍ଟରେ ଶତକ ମାରିଥିବା ରାହୁଲ୍ ଏକାଥରକେ ୧୯ଟି ସ୍ଥାନ ଉଠି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଗତ ସପ୍ତାହରେ ରାହୁଲ୍ ୫୬ତମ ସ୍ଥାନରେ ଥିଲେ। କିନ୍ତୁ ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୧୨୯ ରନର ଇନିଂସ୍ ରାହୁଲଙ୍କୁ ରାଙ୍କିଙ୍ଗରେ ଫାଇଦା ଦେଇଛି। ଏହା ପୂର୍ବରୁ କ୍ୟାରିୟରରେ ତାଙ୍କର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ ଅଷ୍ଟମରେ ଥିଲା, ଯାହା ୨୦୧୭ରେ ସେ ହାସଲ କରିଥିଲେ।
James Anderson and Jason Holder make significant gains in the latest @MRFWorldwide ICC Men's Test Player Rankings for bowling ?
— ICC (@ICC) August 18, 2021
? https://t.co/OMjjVx5Mgf pic.twitter.com/sTDH9Rr6In
ସେହିପରି ଲର୍ଡ୍ସ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ବୋଲର ଜେମ୍ସ ଆଣ୍ଡରସନଙ୍କୁ ବୋଲିଂ ମାନ୍ୟତାରେ ଫାଇଦା ମିଳିଛି। ପ୍ରଥମ ଇନିଂସରେ ୫ ଓ୍ଵିକେଟ୍ ନେଇଥିବା ଆଣ୍ଡରସନ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଇଂଲଣ୍ଡର ମାର୍କ ଉଡ ଓ ଭାରତର ମହମ୍ମଦ ସିରାଜ ଯଥାକ୍ରମେ ମହମ୍ମଦ ସିରାଜ ୩୭ମ ଓ ୩୮ମ ସ୍ଥାନରେ ପହଞ୍ଚିଛନ୍ତି। ମହମ୍ମଦ ସିରାଜ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ରେଟିଂ ୪୬୫ ହାସଲ କରିଛନ୍ତି। ଉଡ ମ୍ୟାଚ୍ରେ ୫ ଓ୍ଵିକେଟ୍ ନେବା ସହ ପଞ୍ଚମ ସ୍ଥାନ ଉନ୍ନତି ଘଟାଇଛନ୍ତି। ସିରାଜ ପ୍ରତ୍ୟେକ ଇନିଂସରେ ଚାରୋଟି ଲେଖାଏଁ ମୋଟ୍ ୮ଟି ଓ୍ଵିକେଟ୍ ନେଇ ୧୮ଟି ସ୍ଥାନ ଉପରକୁ ଉଠିଛନ୍ତି। ପାଟ୍ କମିନ୍ସ ଓ ଅଶ୍ଵିନ ପୂର୍ବବତ୍ତ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।
