ଆଇସିସି ଟେଷ୍ଟ ମାନ୍ୟତା : ଉଠିଲେ କୋହଲି, ଖସିଲେ ରୋହିତ
ଦୁବାଇ: ଆଇସିସି ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ମାନ୍ୟତା । ଏହି ମାନ୍ୟତା ମୁତାବକ ପୂର୍ବତନ ଟେଷ୍ଟ ଅଧନାୟକ ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଛନ୍ତି । ସେହିଭଳି ଓପନର ରୋହିତ ଶର୍ମା ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ୭୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୯ ରନ୍ କରିଥିଲେ କୋହଲି । ଫଳରେ ସେ ଦୁଇଟି ସ୍ଥାନ ଉପରକୁ ଉଠି ପାରିଛନ୍ତି । ସେପଟେ ଶେଷ ଟେଷ୍ଟ ମ୍ୟାଚ୍ରେ ଶତକ ହାସଲ କରିଥିବା ଋଷଭ ପନ୍ତ ୧୦ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ରହିଛନ୍ତି । ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ଦମଦାର ବୋଲିଂ କରିଥିବା ଫାଷ୍ଟ ବୋଲର ଜଶପ୍ରୀତ ବୁମରା ୩ଟି ସ୍ଥାନ ଉପରକୁ ଉଠି ୧୦ ସ୍ଥାନରେ ରହିଛନ୍ତି । ବୋଲର ରାଙ୍କିଂରେ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅପରିବର୍ତିତ ରହିଥିବା ବେଳେ ପ୍ୟାଟ୍ କମିନ୍ସ ଟପ୍ରେ ରହିଛନ୍ତି । ସେପଟେ ସଦ୍ୟ ସମାପ୍ତ ହୋଇଥିବା ଆସେସ ସିରିଜ୍ ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ରାଙ୍କିଂରେ ମଧ୍ୟ ଉନ୍ନତି ହୋଇଛି । ଅଷ୍ଟ୍ରେଲିଆ ଅଲରାଉଣ୍ଡର କ୍ୟାମେରନ ଗ୍ରିନ୍ ୨୩ଟି ସ୍ଥାନ ଉପରକୁ ଉଠି ୬୬ତମ ସ୍ଥାନରେ ରହିଛନ୍ତି । ସେ ବୋଲର ତାଲିକାରେ ମଧ୍ୟ ୧୩ଟି ସ୍ଥାନ ଉପରକୁ ଉଠି ୬୨ତମ ସ୍ଥାନରେ ରହିଛନ୍ତି । ସ୍କଟ୍ ବୋଲାଣ୍ଡ ୪୯ରୁ ୪୩ତମ ସ୍ଥାନରେ ପହଂଚିଛନ୍ତି । ଇଂଲଣ୍ଡ ଓପନର ଜ୍ୟାକ୍ କ୍ରାୱଲି ୬୮ଶ ସ୍ଥାନରେ ରହିଛନ୍ତି । ଫାଷ୍ଟ ବୋଲର ଷ୍ଟୁଆର୍ଡ ବ୍ରଡ୍ ଦୁଇଟି ସ୍ଥାନ ଉପରକୁ ଉଠି ୧୨ଶ ସ୍ଥାନରେ ରହିଛନ୍ତି । ସେପଟେ ରବିନସନ ଗୋଟିଏ ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ରହିଛନ୍ତି । ସେହିଭଳି ମାର୍କ ଉଡ୍ ମଧ୍ୟ ୩୧ଶ ସ୍ଥାନରେ ପହଂଚିଛନ୍ତି ।
ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ସପ୍ତମ ସ୍ଥାନରେ ପହଂଚିଛନ୍ତି । କୋହଲି ଅଧିନାୟକ ଭାବେ ନିଜର ଅନ୍ତିମ ଟେଷ୍ଟରେ ୭୯ ଏବଂ ୨୯ ରନର ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅପରାଜିତ ଶତକ ଅର୍ଜନ କରିଥିବା ଋଷଭ ପନ୍ତ ୧୦ଟି ସ୍ଥାନ ଉନ୍ନତି ଘଟାଇ ୧୪ମରେ ପହଂଚି ଯାଇଛନ୍ତି । ସେହିପରି କେପଟାଉନ୍ ଟେଷ୍ଟରେ ଛଅଟି ୱିକେଟ୍ ନେଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶୀର୍ଷ ୧୦କୁ ଫେରିଛନ୍ତି । ସେହିପରି ୭୨ ଏବଂ ୮୨ ରନର ଇନିଂସ ଖେଳି ଦକ୍ଷିଣ ଆଫ୍ରିକା ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କିଗନ ପିଟରସନ ୬୮ ସ୍ଥାନ ଲମ୍ଫ ମାରି ୩୩ତମ ସ୍ଥାନରେ ପହଂଚି ଯାଇଛନ୍ତି । ପିଟରସନ ସିରିଜ୍ରେ ସର୍ବାଧିକ ୨୭୬ ରନ କରି ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି । ସେ ସିରିଜ୍ ଆରମ୍ଭରୁ ୧୫୮ ତମ ମାନ୍ୟତାରେ ଥିଲେ । ତେମ୍ବା ବାଭୁମା ବ୍ୟାଟିଂ ମାନ୍ୟତାରେ ସାତୋଟି ସ୍ଥାନ ଉପରକୁ ଉଠି ୨୮ତମ ଏବଂ ରସି ଭାନ ଡର ଡସେନ ୧୨ଟି ସ୍ଥାନ ଉନ୍ନତି ଘଟାଇ ୪୩ତମ ସ୍ଥାନରେ ପହଂଚିଛନ୍ତି । ଭାନ ଡର ଡସନେ ୧୨ଟି ସ୍ଥାନ ଉପରକୁ ଉଠି ୪୩ତମ ସ୍ଥାନରେ ପହଂଚି ଯାଇଛନ୍ତି । ଦ୍ରୁତ ବୋଲର କାଗିସୋ ରାବଡା ଏବଂ ଲୁଙ୍ଗି ଏନଗିଡି ଯଥାକ୍ରମେ ତୃତୀୟ ଏବଂ ୨୧ମ ସ୍ଥାନରେ ପହଂଚିଛନ୍ତି ।
