ଆଇସିସି ଟେଷ୍ଟ ଚାମ୍ପିଅନସିପ୍ : ଫାଇନାଲ ଆଡକୁ ମୁହାଁଉଛି ଭାରତ, ଜାଣନ୍ତୁ କ’ଣ କହୁଛି ସମୀକରଣ
ନୂଆଦିଲ୍ଲୀ : ଟିମ ଇଣ୍ଡିଆ ବାଂଲାଦେଶରେ ଟେଷ୍ଟ ସିରିଜ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି । ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଭାରତ ବର୍ତ୍ତମାନ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି। ଯଦିଓ ଦକ୍ଷିଣ ଆଫ୍ରିକାର ଏକ ସୁଯୋଗ ଅଛି ଏବଂ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଇଂଲଣ୍ଡ ବିପକ୍ଷ ସିରିଜ୍ ପରାଜୟ ସହିତ ପାକିସ୍ତାନ ଏହି ରେସରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡ଼ିଛି। ବର୍ତ୍ତମାନ ପାକିସ୍ତାନର ରାଙ୍କ ହେଉଛି ୭ ନମ୍ବର। ସେହିପରି ଇଂଲଣ୍ଡ ପାଞ୍ଚ ନମ୍ବରରେ ଅଛି ଏବଂ ସେହି ଟିମ୍ ବି ଏଥିରୁ ବାଦ୍ ପଡ଼ିଛି। ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଷଷ୍ଠ ସ୍ଥାନରେ ଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଅଷ୍ଟମ ସ୍ଥାନରେ ଏବଂ ବାଂଲାଦେଶ ୯ ନମ୍ବର ସ୍ଥାନରେ ରହିଛି।
ଟିମ—- ମ୍ୟାଚ୍—-ବିଜୟ—ଡ୍ର—ପରାଜୟ
ଅଷ୍ଟ୍ରେଲିଆ ୧୩ ୯ ୩ ୧
ଭାରତ ୧୪ ୮ ୨ ୪
ଦ.ଆଫ୍ରିକା ୧୧ ୬ ୦ ୫
ଶ୍ରୀଲଙ୍କା ୧୦ ୫ ୧ ୪
ଇଂଲଣ୍ଡ ୨୨ ୧୦ ୪ ୮
ଏଥର ଆଇସିସି ପଏଣ୍ଟ ସିଷ୍ଟମକୁ ବଦଳା ଯାଇଛି। ଏଥିରେ ପରାଜୟ, ବିଜୟ ଏବଂ ଡ୍ର ପାଇଁ ପଏଣ୍ଟ ସ୍ଥିର କରାଯାଇଛି। ମ୍ୟାଚ୍ ଜିତିବା ପାଇଁ ୧୨ ପଏଣ୍ଟ, ଟାଇ ପାଇଁ ୬, ଡ୍ର ପାଇଁ ୪ ଏବଂ ପରାଜୟ ପାଇଁ ଜିରୋ ପଏଣ୍ଟ । ପଏଣ୍ଟର ଶତକଡ଼ା ନିୟମ ଏପରି ଯେ ବିଜୟ ପାଇଁ ଶହେ ପଏଣ୍ଟ, ଟାଇ ପାଇଁ ୫୦, ଡ୍ର ପାଇଁ ୩୩.୩୩ ଏବଂ ବିଜୟ ପାଇଁ କୌଣସି ପଏଣ୍ଟ ପ୍ରଦାନ କରାଯାଇ ନାହିଁ। ଟେଷ୍ଟ ଚାମ୍ପିଅନସିପ୍ ର଼୍ୟାଙ୍କିଂ ପଏଣ୍ଟ ଆଧାରରେ ନିଷ୍ପତ୍ତି ନିଆଯିବ।
