ଆଇବିପିଏସ ଏସବୁ ପଦବୀରେ ନିଯୁକ୍ତି ଦେବାପାଇଁ ଜାରି କଲା ବିଜ୍ଞପ୍ତି; ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ : ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ) ବୋର୍ଡ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଡିଭିଜନ୍ ହେଡ୍ (ଟେକ୍ନୋଲୋଜି ସପୋର୍ଟ ସର୍ଭିସ୍) ପଦବୀରେ ନିଯୁକ୍ତି ଦେବା ପାଇଁ ଆଇବିପିଏସ୍ ଆବେଦନ କରିବାକୁ ଆମନ୍ତ୍ରଣ କରିଛି । ଆଗ୍ରହୀ ପ୍ରାର୍ଥୀମାନେ ଆଇବିପିଏସର ଅଫିସିଆଲ୍ ସାଇଟ୍ ibps.in ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୧୩ ଏପ୍ରିଲ୍ ୨୦୨୨ ରହିଛି ।
ଡିଭିଜନ୍ ହେଡ୍ ପୋଷ୍ଟଗୁଡିକ ପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ । ଏହି ପଦବୀରେ ନିଯୁକ୍ତି ପାଇଁ ସାକ୍ଷାତକାର ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ସାକ୍ଷାତକାର ଆଧାରରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ଏହି ପଦବୀରେ ନିଯୁକ୍ତି ତିନି ବର୍ଷର ଚୁକ୍ତିନାମା ଆଧାରରେ କରାଯିବ ।
ଗୁରୁତ୍ୱପୂର୍ଣ୍ଣ ସୂଚନା :
ପ୍ରାର୍ଥୀ ଏକ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରୁ ଗ୍ରାଜୁଏଟ କିମ୍ବା ପୋଷ୍ଟ ଗ୍ରାଜୁଏଟ ପାସ କରିଥିବା ଉଚିତ୍ । ଏହି ପଦବୀ ପାଇଁ ଆବେଦନ କରିବାକୁ ସର୍ବନିମ୍ନ ବୟସ ସୀମା ୬୧ ବର୍ଷ ରହିଛି । ଆବେଦନ କରୁଥିବା ପ୍ରାର୍ଥୀଙ୍କ ଜନ୍ମ ତାରିଖ ୦୨ ଏପ୍ରିଲ ୧୯୬୧ ପୂର୍ବର ନ ହେବା ଉଚିତ । ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ଆବେଦନ ଦାଖଲ କରିବା ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ଆଇବିପିଏସ୍ ବିଜ୍ଞପ୍ତି ପଢିବାକୁ ପରାମର୍ଶ ଦିଆଯାଇଛି ।
ଏହିପରି କରନ୍ତୁ ଆବେଦନ :
ଷ୍ଟେପ୍ 1: ପ୍ରାର୍ଥୀମାନେ ପ୍ରଥମେ ଆଇବିପିଏସର ଅଫିସିଆଲ୍ ସାଇଟ୍ ibps.in ରେ ଭିଜିଟ କରନ୍ତୁ ।
ଷ୍ଟେପ୍ 2: ହୋମ ପେଜରେ ସମ୍ପୃକ୍ତ ନିଯୁକ୍ତି ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ 3: ବର୍ତ୍ତମାନ ଅନଲାଇନ୍ ଆବେଦନ ଫର୍ମ ଆପଣଙ୍କ ସାମ୍ନାରେ ଆସିଯିବ ।
ଷ୍ଟେପ୍ 4: ଏହା ପରେ ନୂତନ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ପଚରାଯାଇଥିବା ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ।
ଷ୍ଟେପ୍ 5: ବର୍ତ୍ତମାନ ଆବଶ୍ୟକ ଡକ୍ୟୁମେଣ୍ଟ୍, ଫଟୋ ଏବଂ ସ୍କାନ୍ ହୋଇଥିବା ଦସ୍ତଖତ ଅପଲୋଡ୍ କରନ୍ତୁ ।
ଷ୍ଟେପ୍ 6: ଏହା ପରେ ଆପଣଙ୍କର ଫର୍ମକୁ ସବମିଟ କରନ୍ତୁ ।
ଷ୍ଟେପ୍ 7: ପ୍ରାର୍ଥୀମାନେ ଆବେଦନ ଫର୍ମରୁ ଏକ ପ୍ରିଣ୍ଟ୍ ବାହାର କରି ନିଜ ପାଖରେ ରଖିବା ଉଚିତ୍ ।
