ମହାଲଷ୍ମୀ ପୂଜା ଅବସରରେ ଭଜନ ସମାରୋହ
ବାଲେଶ୍ୱର : ବାଲେଶ୍ୱର ସହରର ନୂଆ ବଜାର ଠାରେ ନୂଆ ବଜାର ବ୍ୟବସାୟୀ ମହାସଂଘ ଦ୍ୱାରା ସର୍ବ ପୁରାତନ ଦୁର୍ଗା ପୂଜା ଉତ୍ସବ ଉପଲକ୍ଷେ ମହା ଲଷ୍ମୀଙ୍କ ପୂଜା ଅବସରରେ ଏକ ଭଜନ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାର ପ୍ରତିଷ୍ଠିତ ସିନେ ଓ ଟିଭି କଳାକାର, ତରଙ୍ଗ, ସିଦ୍ଧାର୍ଥ, ପ୍ରାର୍ଥନା, ଜି ଟିଭି ର ସୋର ବିଚାରକ, ୬୦ ରୁ ଅଧିକ ସିନେମାର ଗାୟକ ବିଷ୍ଣୁ ମୋହନ କବି, ସିନେମା ଗାୟକ ନେହା ନିହାରିକା କର, ସାଗରିକା ମିଶ୍ର, ଚିରାଗ ଦୀପ ପଣ୍ଡା, ମୁଁ ବି ନମିତା ଅଗ୍ରୱାଲ ରିଏଲିଟି ସୋ ର ବିଜେତା ସୌମ୍ୟଶ୍ରୀ ଆଚାର୍ଯ୍ୟ, ଜୁନିଅର ଅରବିନ୍ଦ ମୁଦୁଲି, ତ୍ରିଲୋଚନ ପରିଡ଼ା ପ୍ରମୁଖ ଭଜନ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ଏହି ସମାରୋହରେ ଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଭଜନ ସମାରୋହରେ ମହାସଂଘର ସଭାପତି ଡା. ଶାନ୍ତନୁ ଦାସ, ସାଧରଣ ସମ୍ପାଦକ ଶୁଭେନ୍ଦୁ ଦାସ, ଉପଦେଷ୍ଟା ରତନ ଦାସ ପଟ୍ଟନାୟକ, ନିରଞ୍ଜନ ସାହୁ, ଅନ୍ୟମାନଙ୍କ ମଧ୍ୟରେ ଦୈତାରୀ ସାହାଣୀ, ଗୋବିନ୍ଦ ସ, ଅରୁଣ କୁଣ୍ଡୁ, ପପୁ ଜୈଶ୍ୱାଲ, ଶିଲା ବିଶ୍ୱନାଥ ପାତ୍ର, ସର୍ବେଶ୍ୱର ବୁଗୁଡେଇ, ଯାମିନୀ ପାତ୍ର, ଅମରଜିତ ଦାସ, ଅଭୟ ନାୟକ, ପ୍ରଶାନ୍ତ ଭୋଇ, ମନୋରଞ୍ଜନ ମହାନ୍ତି, ଦିବାକର ଦାସ, ହରିଶଙ୍କର ସାହୁ, ଦୀନେଶ କୁମାର ନାୟକ, ରଞ୍ଜନ କୁମାର ନାୟକ, ଦୀପକ କୁମାର ଦାସ, ହେମନ୍ତ କୁମାର ଦାସ, ବସନ୍ତ କୁମାର ମହାରଣା, ସତ୍ୟ ରଞ୍ଜନ ରାଉତ, ଆକାଶ କୁମାର ସିହ୍ନା, ବସନ୍ତ ଦାସ ପ୍ରମୁଖ ଭଜନ ସମାରୋହ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
