ବାଲେଶ୍ୱର : ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହାଇଦର ମୃତଦେହ
- ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ବାଲେଶ୍ୱର : ପୋଲିସ ଏନକାଉଂଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ତାର ଶବ ବ୍ୟବଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ ଓ ପୋଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ପ୍ରଥମେ ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା । ପୋଷ୍ଟମର୍ଟମ ବେଳେ ହାଇଦର ପକେଟରୁ ଏକ ଫୋନ୍ ଡାଏରୀ ଜବତ ହୋଇଛି । ଗତକାଲି କାଲି ପୋଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଂଟରରେ ହାଇଦର ଶରୀରରେ ୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି ।
ପୋଲିସ ଏନକାଉଣ୍ଟରରେ ମୃତ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର୍ର ମୃତଶରୀରକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ଗତକାଲି ଭଳି ଆଜି ମୃତ ଶରୀର ହସ୍ତାନ୍ତର ବେଳେ ବି ଲୋକଭିଡ଼ ପରିଲକ୍ଷିତ ହୋଇଥିଲା । କେନ୍ଦ୍ରାପଡ଼ାରୁ ହାଇଦରର ପତ୍ନୀ, ଦୁଇ ଝିଅ ଓ ଦୁଇ ବୋହୂ ଆଜି ସକାଳେ ବାଲେଶ୍ୱର ଜିଲା ମୁଖ୍ୟ ଚିିକିତ୍ସାଳୟରେ ପହଞ୍ଚିବା ପରେ ପୁଲିସ ମୃତଶରୀର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ହୋଇଥିଲା । ସକାଳ ପ୍ରାୟ୧୦ଟା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହାଇଦର ପିନ୍ଧିଥିବା ପୋଷାକରୁ ଗୋଟିଏ ନାଲି ରଙ୍ଗର ପକେଟ ଡାଇରୀ ପଞ୍ଚନାମା ବେଳେ ପୁଲିସ ପାଇଥିଲା । ସେଥିରେ ଥିବା ଫୋନ ନମ୍ବରରୁ ତାର ଅପରାଧ ଜଗତର ଲିଙ୍କ ମିଳିବାରେ ସହାୟକ ହେବ ବୋଲି ଆଶା କରାଯାଇଛି । ହାଇଦର ଶରୀରରେ ଗୁଳି ରହିଥିବାରୁ ପ୍ରଥମେ ଏକ୍ସ-ରେ ଓ ସିଟି ସ୍କାନ କରାଯାଇଥିଲା । ତାଙ୍କ ଶରୀରରେ ୪ ଗୋଟି ଗୁଳି ବାଜିଥିବା ଏକ୍ସ-ରେରୁ ଜଣାପଡ଼ିଛି । ପରେ ଜିଲା ଚିକିତ୍ସାଳୟର ବ୍ୟବଚ୍ଛେଦ ଗୃହରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ପରେ ହାଇଦରର ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏନକାଉଣ୍ଟର କଥାକୁ ଅସ୍ୱୀକାର କରିଛନ୍ତି ହାଇଦରର ପରିବାର ଲୋକେ । ପୁଲିସ ହାଇଦରକୁ ହତ୍ୟା କରିଛି ବୋଲି ସେମାନେ ଆଭିଯୋଗ ଆଣିଛନ୍ତି । ପୋଲିସ ପୂର୍ବ ଯୋଜନା ଅନୁଯାୟୀ ଗୁଳିକରି ହତ୍ୟା କରାଯାଇଛି ବୋଲି ହାଇଦରର ପରିବାରବର୍ଗ ଗଣମାଧ୍ୟମ ଆଗରେ ଆରୋପ ଉଠାଇଥିଲେ । ଖସି ପଳାଉଥିବା ବ୍ୟକ୍ତିର ପିଠିରେ ଗୁଳି ନ ବାଜି କେମିତି ଛାତି ଓ ପେଟରେ ବାଜିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ସିମୁଳିଆ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ସ୍ୱତନ୍ତ୍ର ପୁଲିସ ଟିମ ଆଜି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛି । ଯାଞ୍ଚ ବେଳେ ପୁଲିସକୁ ଫୁଟିଥିବା ଗୁଳିର ଦୁଇଗୋଟି ଖୋଖା ମିଳିଛି । ଯାଞ୍ଚ ବେଳେ ବାଲେଶ୍ୱର ଏସପି ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସୂଚନାଯୋଗ୍ୟ ଗତକାଲି ଚୌଦ୍ୱାରରୁ ବାରିପଦା ଜେଲ ସ୍ଥାନାନ୍ତର ବେଳେ ପରିଶ୍ରା କରିବା ଆଳରେ ଖସିଯିବାକୁ ଚେଷ୍ଟା କରୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଶେଖ୍ ହାଇଦରର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରଥିଲା । ଜେଲରୁ ଏକ ପୁଲିସ ଭ୍ୟାନରେ ସୁରକ୍ଷା କର୍ମୀଙ୍କ କଡ଼ା ନିରାପତା ମଧ୍ୟରେ ଚୌଦ୍ୱାରରୁ ତାଙ୍କୁ ବାରିପଦା ଜେଲକୁ ନିଆଯାଉଥିଲା । ରାସ୍ତାରେ ଯାଉଥିବା ବେଳେ ହାଇଦର ହଠାତ ପରିଶ୍ରା ଯିବା ପାଇଁ ଅଡ଼ି ବସିବା ଯୋଗୁଁ ୧୬ ନଂ ଜାତୀୟ ରାଜପଥରେ ମାର୍କୋଣା ଛକର ୫ଶହ ମିଟର ପୂର୍ବରୁ ପୁଲିସ ଭ୍ୟାନକୁ ଅଟକି ଥିଲା । ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟରେ ଭ୍ୟାନରୁ ଓହ୍ଲାଇ ହାଇଦର ପୁଲିସଠାରୁ ବନ୍ଧୁକ ଛଡ଼େଇ ଖସିଯିବା ପାଇଁ ଚେଷ୍ଟା କରିଥିଲା ଓ ଅନ୍ୟ ଉପାୟ ନଦେଖି ପୁଲିସ ପଛରୁ ୪ ରାଉଣ୍ଡ ଗୁଳି ଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ୫ଟା ବେଳେ ହାଇଦରର ମୃତ୍ୟୁ ହୋଇଯାଇଥିଲା ।


