ଆଇପିଏଲ୍-୨୦୨୨ : ଗୁଜରାଟକୁ ୧୯୬ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ
ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ ୨୦୨୨ର ୪୦ ତମ ମ୍ୟାଚରେ ଅଭିଷେକ ଶର୍ମା ଏବଂ ଆଡନ ମାରକ୍ରମଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୯୫ ରନ କରିଛି। ଏକ ନମ୍ବର ସ୍ଥାନ ହାସଲ କରିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ ୧୯୬ ରନ କରିବାକୁ ପଡିବ। ଅଭିଷେକ ଶର୍ମା ୪୨ ବଲରୁ ୬୫ ଏବଂ ଆଡନ ମାରକ୍ରମ ୪୦ବଲରୁ ୫୬ ରନ କରିଛନ୍ତି। ଅଭିଷେକ ଏବଂ ମାରକ୍ରମ ତୃତୀୟ ଓ୍ଵିକେଟରେ ୯୬ ରନ ଯୋଡିଛନ୍ତି। ତେବେ ଶେଷ ଓଭରରେ ଶଶାଙ୍କ ସିଂହ ୬ ବଲରୁ ୨୫ ରନ କରିବାକୁ ହାଇଦ୍ରାବାଦ ୧୯୫ ରନ ପ୍ରଭାବଶାଳୀ ସ୍କୋର କରି ପାରିଛି। ମହମ୍ମଦ ଶାମି ୩୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।
ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୫ ରନ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୬୫ ରନ କରିଥିବାବେଳେ ଆଇଡେନ ମାର୍କରାମ ୫୬ ରନ କରିଥିଲେ । ମାତ୍ର ଅଧିନାୟକ କେନ ଓ୍ବିଲିୟମସନ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଶେଷ ଓଭର ଗୁଡିକରେ ଦଳ ଅଳ୍ପ କିଛିରନ ବ୍ୟବଧାନରେ କେତୋଟି ଓ୍ବିକେଟ ହରାଇବା ପରେ ଦଳୀୟ ସ୍କୋର ଧୀମେଇ ଯାଇଥିଲା । ମାତ୍ର ଶଶାଙ୍କ ସିଂ ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୦୦ ନିକଟବର୍ତ୍ତୀ କରିଥିଲେ । ସେ ଶେଷ ଓଭରରେ ହ୍ୟାଟ୍ରିକ ଛକା ମାରି ଦଳୀୟ ସ୍କୋରକୁ ୧୯୫କୁ ପହଞ୍ଚାଇଥିଲେ ।
