ସ୍ତ୍ରୀକୁ କଟୁରୀରେ ହାଣି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ
ବାଲିଆପାଳ : ପାରିବାରିକ ସମସ୍ୟାକୁ ନେଇ କରୁଣ ପରିଣତି । ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ବାମୀ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅନ୍ୟପଟେ କଟୁରୀ ଧରି ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ ।
ପାରିବାରିକ ସମସ୍ୟାକୁ ନେଇ ଶୁକ୍ରବାର ଅପରାହ୍ନରେ ବାଲିଆପାଳ ଥାନା ଅନ୍ତର୍ଗତ ହାସିମପୁର ଗ୍ରାମର ଯୁବକ ସିଂଲା ଥାନା ସମ୍ମୁଖରେ ନିଜ ସ୍ତ୍ରୀକୁ କଟୁରୀ ରେ ହାଣି ସିଂଲ ଥାନା ରେ ଆତ୍ମ ସମର୍ପଣ କରିଥିବା ବେଳେ ଗୁରୁତର ସ୍ତ୍ରୀ କୁ ସ୍ଥାନୀୟ ଲୋକେ ବସ୍ତା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ଆତ୍ମ ସମର୍ପଣ କରିଥିବା ସ୍ୱାମୀ ହେଲେ ହାସିମପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଗୁରୁତର ମହିଳା ଜଣକ ହେଲେ ପୁର୍ଣ୍ଣ ଚନ୍ଦ୍ର ଙ୍କ ସ୍ତ୍ରୀ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନ।
ସୁଚନା ଯେ, ବାଲିଆପାଳ ଥାନା ହାସିମପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ପରଠାରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ସ୍ତ୍ରୀ ଜୟନ୍ତୀ ସ୍ବାମୀଙ୍କ ପାଖରେ ନରହି ବାପଘରେ ରହୁଥିଲା ଏବଂ ସିଂଲା ଥାନା ସମ୍ମୁଖରେ କ୍ରୀଷ୍ଣା ନାମକ ଏକ ବିୟୁଟି ପାର୍ଲର କରିଥିଲେ। ଏହି ଘଟଣାକୁ ନେଇ ପୂର୍ବରୁ ଉଭୟ ବାଲିଆପାଳ ଏବଂ ସିଂଲା ଥାନାରେ ପୃଥକ ପୃଥକ ମାମଲା ରହିଛି । ଶୁକ୍ରବାର ଅପରାହ୍ନରେ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ଏକ କଟୁରୀ ଧରି ବିୟୁଟି ପାର୍ଲର ପହଞ୍ଚି ସ୍ତ୍ରୀ ଜୟନ୍ତୀ କୁ ଅତର୍କିତ ଆକ୍ରମଣ କରିଥିଲେ। ପରେ କଟୁରୀ ସହିତ ସିଂଲା ଥାନାରେ ଆତ୍ମସମର୍ପଣ କରିଛି, ସ୍ଥାନୀୟ ଲୋକେ ଗୁରୁତର ଜୟନ୍ତୀ କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ସବୁ ସମୟରେ ମଦ୍ୟପାନ କରି ଜୟନ୍ତୀ କୁ ମାରଧର କରୁଥିବାରୁ ଏହି ବିବାଦ ରହିଥିବା କଥା ସ୍ଥାନୀୟ ସରପଞ୍ଚ କହିଛନ୍ତି।
