ମଦ ପାଇଁ ସ୍ୱାମୀ ସ୍ତ୍ରୀ ଗଣ୍ଡଗୋଳ, ସ୍ୱାମୀର ଆତ୍ମହତ୍ୟା
ବଲାଙ୍ଗିର : ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା । ବଲାଙ୍ଗୀର ଗାନ୍ଧିନଗରପଡାରେ ଭଡାରେ ରହୁଥିଲେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନ ମୁଣ୍ଡାର ରୋହିତ ଥାପ୍ପା ଓ ତାଙ୍କ ସ୍ତ୍ରୀ କବିତା ସାହୁ । ରୋହିତ ଶ୍ରମିକ ଶ୍ରେଣିର । ସ୍ତ୍ରୀ ଓ କୁନି ଝିଅ ସହ ଭଡା ଘରେ ରହୁଥିଲେ । ଗତକାଲି ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଉଭୟେ ଖାଇ ସାରିବା ପରେ ସକାଳୁ ରୋହିତ ଥାପ୍ପାର ମୃତଦେହ ଘରେ ଝୁଲୁଥିବା ଦେଖିବାକୁ ପାଇଥିଲେ ପତ୍ନୀ । ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
