ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ
ସମ୍ବଲପୁର : ଖେତରାଯପୁର ଥାନା ଏକ ଗଞ୍ଜେଇ ମାମଲା ଚିହ୍ନଟ କରିଛି । ବିହାରରୁ ୩ ଅଭିଯୁକ୍ତ ଅନୁଗୋଳକୁ ଆସି ପ୍ରାୟ ୨୯ କିଲୋଗ୍ରାମ ଗଞ୍ଜେଇ ସଂଗ୍ରହ କରିଥିଲେ ଏବଂ ଅନୁଗୋଳର ସମ୍ପୃକ୍ତ ଅଭିଯୁକ୍ତ ଯୋଗାଣକାରୀଙ୍କ ସହ ସମ୍ବଲପୁର ରେଳ ଷ୍ଟେସନକୁ ଯାଉଥିଲେ। ୪ ଜଣ ଗିରଫ ହେବା ସହ ୪ ହଜାର ନଗଦ ଟଙ୍କା, ଏକ ଅଟୋ ରିକ୍ସା ଏବଂ ମୋବାଇଲ୍ ଫୋନ ଜବତ କରାଯାଇଅଛି ।
