ରେଳଯାତ୍ରୀଙ୍କ ପାଇଁ ସୂଚନା : ଆଜିଠୁ ଚାଲିବ ହାଓଡ଼ା – ଭଦ୍ରକ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର : ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ହାଓଡ଼ା ଓ ଭଦ୍ରକ ମଧ୍ୟରେ ଆଜି ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଅଛି । ୦୮୦୪୩ ହାଓଡ଼ା ଓ ଭଦ୍ରକ ସ୍ପେସିଆଲ ଆସନ୍ତା ୦୯ ତାରିଖ ଠାରୁ ହାଓଡ଼ା ରୁ ଅପରାହ୍ନ ୩ଘ.୪୦ମି.ରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ଘ.୩୫ମି.ରେ ପହଂଚିବ । ଫେରିବା ଦିଗରେ ୦୮୦୪୪ ଭଦ୍ରକ-ହାଓଡ଼ା ସ୍ପେସିଆଲ ଆସନ୍ତା ୧୦ ତାରିଖ ଠାରୁ ଭଦ୍ରକ ଠାରୁ ଭୋର ୪ଘ.୫୦ମି.ରେ ଛାଡି ହାଓଡ଼ା ଠାରେ ପୂର୍ବାହ୍ନ ୧୧ଘ.୪୫ମି.ରେ ପହଂଚିବ ।
ଏହି ଟ୍ରେନ୍ ଗଠନରେ ୧୦ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନରୁ ଉପଲବ୍ଧ ଥିବାବେଳେ ଏହା ହାଓଡ଼ା ଓ ଭଦ୍ରକ ମଧ୍ୟରେ ଉଭୟ ପାର୍ଶ୍ୱରୁ ସାନ୍ତ୍ରାଗଛି, ଉଲବେରିଆ, ବାଗନାନ୍, ମେଛେଦା, ମେହେଡା, ପାଂସକୁଡା, ହାଉର, ରାଧାମୋହନପୁର, ବାଲିଛକ, ଶ୍ୟାମଛକ, ମଦପୁର, ଜାକପୁର, ଖଡଗପୁର, ହିଜଲି, ବେନାପୁର, ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ, ଅମର୍ଦା ରୋଡ, ବସ୍ତା, ନୁଆଗାଓଁ ମୟୂରଭଞ୍ଜ ରୋଡ, ହଲଦୀପଦା, ଟିକିରାପାଲ, ବାଲେଶ୍ୱର, ନୀଳଗିରି ରୋଡ, ଖନ୍ତାପଡ଼ା, ପଣପଣା, ବାହାନାଗା ବଜାର, ସୋରୋ, ସାବିରା, ମାର୍କୋନା ଏବଂ ରାଣୀତାଲ ଷ୍ଟେସନ ମାନଙ୍କ ଠାରେ ରହଣି କରିବ ।
