ତ୍ୱଚା ପାଇଁ କେତେ ଉପକାରୀ ଚାରକୋଲ୍, ଜାଣନ୍ତୁ ଏହାର ବ୍ୟବହାର
ତ୍ୱଚାର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ସମସ୍ତେ କେମିକାଲ ଯୁକ୍ତ କସ୍ମେଟିକ୍ସ ଅପେକ୍ଷା ଓର୍ଗାନିକ ଦ୍ରବ୍ୟ ବ୍ୟବହାର କରିବା ପାଇଁ ପସନ୍ଦ କରଥାଆନ୍ତି। ନିଜ ସ୍କିନର ଉପଚାର ପାଇଁ ଆଜିର ଦିନରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ସ୍କିନ କେୟାର ପ୍ରଡକ୍ଟ ହେଉଛି ଆକ୍ଟିଭେଟେଡ ଚାରକୋଲ । ହଜାର ହଜାର ବର୍ଷ ଧରି ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଉଦ୍ଦେଶ୍ୟରେ ଆକ୍ଟିଭେଟେଡ ଚାରକୋଲ ବ୍ୟବହାର କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଆକ୍ଟିଭେଟେଡ ଚାରକୋଲ ତ୍ୱଚା ପାଇଁ କେତେ ଉପକାରୀ …..
ଚର୍ମକୁ ଉଜ୍ଜ୍ୱଳ କରିବାରେ ସାହଯ୍ୟ କରେ :
ଆକ୍ଟିଭେଟେଡ ଚାରକୋଲ ଫେସ ମାସ୍କ ମୃତ ଚର୍ମ କୋଶ ବା ଗୁଡି଼କୁ ବାହାର କରିବାରେ ସାହାଯ୍ୟ କରିଥାଏ। ଫଳରେ ତ୍ବେଚାରେ ଚମକ ଆସିଥାଏ ।
ଚର୍ମରୁ ଇମ୍ପ୍ୟୁରିଟି ଦୂର କରେ :
ଯଦି ଆପଣ ମେକ୍ଅପ ବ୍ୟବହାର କରନ୍ତି ବା କୌଣସି କାରଣରୁ ଆପଣଙ୍କୁ ବାରମ୍ବାର ମେକଅପ୍ ନେବାକୁ ପଡି଼ଥାଏ, ତେବେ ଏହାଦ୍ବାରା କିଛି ମାଇକ୍ରୋ ପାର୍ଟିକିଲ ତ୍ୱଚାର ଗାତ ଗୁଡି଼କରେ ରହିଯାଏ। ଏହା ଫଳରେ ଚେହେରାରେ ଡା଼ର୍କ ହେଡ୍ସ,, ହ୍ୱାଇଟ ହେଡ୍ସ ଓ ବ୍ରଣର ହୋଇଥାଏ । ଆକ୍ଟିବେଟେଡ଼ ଚାରକୋଲ ତ୍ୱଚାକୁ ଡିପ୍ କ୍ଲିନ କରିବା ସହ ଏହି ସବୁ ଇମ୍ପ୍ୟୁରିଟି ଦୂର କରିବାରେ ସାହାଯ୍ୟ କରିଥାଏ।
ଚର୍ମକୁ କରେ ହାଇଡ୍ରେଟ :
ଚାରକୋଲରେ ସ୍କିନ ହାଇଡ୍ରେଟିଂ ଉପାଦାନ ରହିଥାଏ । ଘିକୁଆରୀଁ ଓ ଗ୍ଲିସରିନ୍ ପରି ତ୍ୱଚାକୁ ଆର୍ଦ୍ରତା ଓ ପୁଷ୍ଟିକର ଉପାଦାନ ଯୋଗାଇବାରେ ଆକ୍ଟିଭେଟେଡ୍ ଚାରକୋଲ ସାହାଯ୍ୟ କରିଥାଏ। ନିୟମିତ ଚାରକୋଲ ଫେସ ମାସ୍କ୍ ବ୍ୟବହାର କରିବା ଦ୍ୱାରା ରିଙ୍କଲ୍ସ ସମସ୍ୟା ଦୂର ହେବା ସହ ଓ ତ୍ବଚା ଉଜ୍ଜ୍ୱଳ ହୋଇଥାଏ ।
ଜଳାପୋଡ଼ା କମ୍ କରେ :
ଆକ୍ଟିଭେଟେଡ୍ ଚାରକୋଲରେ ଆଣ୍ଟି-ଇନଫ୍ଲାମେଟରି ଗୁଣ ଥାଏ, ଯାହା ଲାଲିମା ଓ ଜଳାପୋଡ଼ା କମ୍ କରିବାରେ ସାହାଯ୍ୟ କରେ।
ତ୍ବଚାକୁ ଡିଟକ୍ସ କରିଥାଏ :
ଆକ୍ଟିଭେଟେଡ୍ ଚାରକୋଲରେ ମୁହଁରୁ ଅପରିଷ୍କାର, ମଇଳା ଓ ତେଲିଆ ଅଂଶକୁ କମ କରାଇଥାଏ । ଏହାକୁ ଫେସ୍ ମାସ୍କ ଭାବେ ବ୍ୟବହାର କରିବା ସମୟରେ ଏହା ଡିପ୍ କ୍ଲିନିଂ ଏଜେଣ୍ଟ୍ ଭଳି କାମ କରିଥାଏ। ଏହା ତ୍ୱଚାରୁ ଟକ୍ସିନ୍ ଓ ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
