ଅଭାବନୀୟ ଘଟଣା : ଘରେ ନିଆଁ ଲାଗି ଜଳିଗଲା ନଗଦ ୩ଲକ୍ଷ ଟଙ୍କା
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ନିକଟସ୍ତ ବାଉଁଶତୋଫା ଗ୍ରାମରେ ଅଘଟଣ । ଗ୍ରାମରେ ନିଆଁ ଲାଗି ୧୩ଲକ୍ଷ ଟଙ୍କାର ଆସବାବପତ୍ର ସହ ନଗଦ ୩ଲକ୍ଷ ଟଙ୍କା ପୋଡ଼ି ନଷ୍ଟ ହୋଇଯାଇଛି ।
ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ବାଉଁଶତୋଫା ଗ୍ରାମର ସ୍ୱର୍ଗତ ଉପେନ୍ଦ୍ର ପାତ୍ରଙ୍କ ଦୁଇ ପୁଅ ସୁଶାନ୍ତ ପାତ୍ର ଓ ରାଜେନ୍ଦ୍ର ପାତ୍ରଙ୍କ ୩ ବଖରା ଘର । ଘରେ କେହି ନଥିବା ଅବସ୍ଥାରେ ନିଆଁ ଲାଗି ଯାଇଥିଲା । ଲୋକେ ନିଆଁକୁ ଆୟତ୍ତ କରି ନପାରି ବସ୍ତା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବସ୍ତା ଅଗ୍ନିଶମ ବିଭାଗ ସହ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେକୁ ଅନେକ ସମୟ ବିତି ଯାଇଥିଲା । ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ବେଳେ ଘରର ସମସ୍ତ ୧୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଆସବାସ ଜିନିଷ ପତ୍ର ସହ ନଗତ ୩ଲକ୍ଷ ଟଙ୍କା ପୋଡ଼ି ନଷ୍ଟ ହୋଇଯାଇଛି । ଦୁଇ ଭାଇ ଛୋଟ ଦୋକାନ କରି ଦୁଃଖ କଷ୍ଟରେ ନିଜର ପରିବାରର ଗୁଜୁରାଣ ମେଣ୍ଟାଇ ଘର କରିବା ପାଇଁ ଯାହା ଟଙ୍କା ସଞ୍ଚୟ କରିଥିଲେ ତାହା ପୋଡ଼ି ନଷ୍ଟ ହୋଇଯାଇଛି । ଖାଇବା ପାଇଁ ମୁଠାଏ ଦାନା ନାହିଁ କି ପିନ୍ଧିବା ପାଇଁ ଲୁଗା ଖଣ୍ଡେ ନାହିଁ । ଅସହାୟ ଅବସ୍ଥାରେ ପରିବାରର ୧୨ ଜଣ ସଦସ୍ୟ ମୁଣ୍ଡ ଗୁଞ୍ଜିବାକୁ ପଡ଼ୋଶୀ ଘରେ ସାହାରା ନେଇଥିବା ଦେଖିବାକୁ ମିଳିଛ । ଖୁବ୍ଶୀଘ୍ର ପ୍ରଶାସନିକ ଅଧିକାରୀ ଏହି ଅସହାୟ ପରିବାରକୁ କ୍ଷତିପୂରଣ ଦେବା ସହ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
