ଗାନ୍ଧୀ ଜୟନ୍ତୀ ପାଇଁ ପବିତ୍ର ମାଟି ଓ ଜଳ ଗଲା ଭୁବନେଶ୍ୱର ।
ଯାଜପୁର : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଯାଜପୁରର ପ୍ରମୁଖ ସ୍ୱାଧୀନତା ଓ ଏତିହ୍ୟ ପୀଠ ଦେବୀଗଡା ଠାରୁ ପବିତ୍ର ମାଟି ଏବଂ ଦଶାଶ୍ୱମେଧ ଘାଟ, ଯାଜପୁରରପୁଣ୍ୟତୋୟା ବୈତରଣୀ ନଦୀରୁ ଜଳ ସଂଗ୍ରହ କରାଯାଇଚ୍ଥି । ଏହାକୁଅତିରିକ୍ତ ଜିଲ୍ଳ୍ାପାଳ ଅକ୍ଷୟ କୁମାର ମଲକଙ୍କ ଦ୍ୱାରା ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଇଥିଲା । ପରେ ଏହାକୁ ଭୁବନେଶ୍ୱରକୁ ପ୍ରେରଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲକ ଜିଲI ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ପବିତ୍ର ମାଟି ସଂଗ୍ରହ ସମୟରେ ଉପଜିଲାପାଳ ଗୋପୀନାଥ କୁଅଁର, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍ିକ, ଯାଜପୁର ପୈାରାଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍ିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।ଉଭୟ ସ୍ଥାନରେ ପୂର୍ବ ପ୍ରସ୍ତୁତ ସଂକୀର୍ତ୍ତନ ମଣ୍ଡଳୀର ସଂକୀର୍ତ୍ତନ, ରାମଧୂନ ପରିବେଷଣ ଓ ବେଦଜ୍ଞ ବ୍ରାହ୍ମଣଙ୍କ ପୂଜାର୍ଚ୍ଚନା ମାଧ୍ୟମରେ ମାଟି ଓ ଜଳ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଚ୍ଥନ୍ତି ।ପୂର୍ବରୁ ଗାନ୍ଧୀଙ୍କ ଆଦର୍ଶ, ବିଚାର, ଜୀବନୀ ଓ ଓଡିଶା ଆଗମନ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ଯାଜପୁର ଜିଲ୍ଳ୍ା ପରିକ୍ରମଣ କରି ସ୍ୱାଧୀନତା ସଂଗ୍ରାମ ଓ ଅହିଂସାର ଗାଥା ବାଣ୍ଟି ଚାଲିଚ୍ଥି । ଏହି ରଥକୁ ପ୍ରତ୍ୟେକ ଜିଲ୍ଳ୍ାରେ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦେଶପ୍ରୀତିର ନମୁନା ଦେଉଚ୍ଥି ।ସେହିପରି ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକସେବା ଭବନ ପରିସରରେ ଶାନ୍ତି ଓ ପ୍ରଗତିର ପ୍ରତୀକ ସ୍ୱରୂପ ଅଶ୍ୱସ୍ଥ ଚାରା ରୋପଣ କରାଯିବ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଳ୍ାରୁ ଯେଉଁଠାକୁ ମହାତ୍ମା ଗାନ୍ଧୀଙ୍କ ଆଗମନ ହୋଇଥିଲା, ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ସ୍ଥାନ କିମ୍ୱା ସ୍ୱାଧୀନତା ସଂଗ୍ରାମ ସହ ଜଡିତ ପ୍ରମୁଖ ସ୍ଥାନରୁ ପବିତ୍ର ମାଟି ଓ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନକୁ ପଠାଯିବ ।
