କରୋନା ସଂକ୍ରମିତ ହେଲେ ହଲିଉଡ୍ ଅଭିନେତା ଡାନିଏଲ୍ କ୍ରେଗ୍
ନୂଆଦିଲ୍ଲୀ : ମହାମାରୀ କରୋନା ଦିନକୁ ଦିନ କମିବାରେ ଲାଗିଛି । କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇ ପାରିବ ନାହିଁ । ବର୍ତ୍ତମାନ ସୁଦ୍ଧା ଲୋକମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଏହି ସମୟରେ ଅଭିନେତା ଡାନିଏଲ କ୍ରେଗ, ଯିଏକି ଜେମ୍ସ ବଣ୍ଡ ଧାରାବାହିକ ‘ନୋ ଟାଇମ୍ ଟୁ ଡେ’ରେ ନଜର ଆସିଥିଲେ । ସେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି ।
ସଂକ୍ରମିତ ହୋଇଥିବା ଡାନିଏଲ୍ ସହ “ମ୍ୟାକବେଥ” ର ବ୍ରଡୱେ ପ୍ରଡକ୍ସନର ଅନ୍ୟ ସଦସ୍ୟ ମଧ୍ୟ ସାମିଲ୍ ହୋଇଛନ୍ତି । ଏହି କାରଣରୁ, ବର୍ତ୍ତମାନ କାର୍ଯ୍ୟକ୍ରମକୁ ବାତିଲ ରଖାଯାଇଛି । ସୂଚନା ଅନୁଯାୟୀ ଶନିବାର ଦିନ କୋଭିଡ୍ ଟେଷ୍ଟ ରିପୋର୍ଟ ଆସିବା ପରେ ସଂକ୍ରମିତ ଥିବା ନେଇ ଜଣାଇଥିଲେ। ମ୍ୟାକବେଥ ଅନ୍ ବ୍ରଡୱେରେ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୁହାଯାଇଛି ଯେ କିଛି ଲୋକ ସଂକ୍ରମିତ ହେବା ପରେ କମ୍ପାନୀ ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି।
