ହକି ମହାସମର : କୋରିଆକୁ ୭-୨ ଗୋଲ୍ରେ ହରାଇଲା ଜର୍ମାନୀ
ରାଉରକେଲା : ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚ୍ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଶୁକ୍ରବାର ଚତୁର୍ଥ ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍ରେ ବିଜୟୀ ହୋଇଛି।
ୱେଲେନ୍ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍ ଦେଇଥିଲେ। ୱେଲେନ୍ ନିକଲାସ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିଲେ। ସେହିପରି ଜର୍ମାନୀ ଦଳର ପେଇଲେଟ୍ କୋଞ୍ଜାଲୋ ୪୨ ମିନିଟ, ୱିଗାଣ୍ଡ ଜଷ୍ଟସ ୫୦ ମିନିଟ, ଗ୍ରାମବୁସ ମେଥ୍ସ ୫୨ ମିନିଟ୍ ଓ ଲୁଡିଂ ମୋର୍ତିଜ୍ ୫୨ ମିନିଟରେ ଗୋଲ୍ ଦେଇଥିଲେ।
