ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ, ହାଇଆଲର୍ଟରେ ୮ ଜିଲା
ଭୁବନେଶ୍ୱର : ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ପାଣି । ଏଥିପାଇଁ ହୀରାକୁଦର ମୋଟ ୨୪ଟି ଗେଟ ଖୋଲାଯାଏ ଜଳ ନିଷ୍କାସନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଶୁକ୍ରବାର ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ । ଏ ନେଇ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପହଞ୍ଚିବ । ଯାଜପୁର ଓ କେନ୍ଦ୍ରାପଡାରେ ଏହାର ପ୍ରଭାବ ଦେଖାଦେବ । ଆସନ୍ତାକାଲି ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିପାରେ । ଏଥିପାଇଁ ଉପକୂଳବର୍ତ୍ତୀ ୮ ଜିଲା ଗୁଡିକ ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ ଜିଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି ।
ଅନ୍ୟପକ୍ଷରେ ଆସନ୍ତା ୧୯ ତାରିଖରେ ପୂର୍ଣ୍ଣମୀ ଥିବାରୁ ଜଳ ନିଷ୍କାସନରେ ବିଳମ୍ବ ହେବ । ହାଇଆଲର୍ଟ ଜିଲ୍ଲାଗୁଡିକ ପାଇଁ ଜଣେ ସିନିୟର ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ଆହୁରି କହିଛନ୍ତି ଯେ, ଦୁର୍ବଳ ନଦୀବନ୍ଧ ମରାମତି କାମ ସରିଯାଇଥିଲା । ୪୯ଟି ଦୁର୍ବଳ ନଦୀବନ୍ଧର ମରାମତି ହୋଇସାରିଛି । ଚଳିତ ଥର ଯାଜପୁର ବ୍ରାହ୍ମଣୀରେ ୩ଟି, ଖୋର୍ଦ୍ଧାରେ ୨ଟି ଘାଇ ହୋଇଛି । ଆଂଶିକ ମରାମତି ହୋଇଛି ।
