ରିଲିଜ ହେଲା ସାଉଥଷ୍ଟାର ପୱନ କଲ୍ୟାଣଙ୍କ ‘ଭୀମଲା ନାୟକ’ର ହିନ୍ଦୀ ଟ୍ରେଲର
ମୁମ୍ବାଇ : ବିଗତ କିଛିଦିନ ତଳେ ତେଲୁଗୁ ଭାଷାରେ ରିଲିଜ ହୋଇଥିବା ସୁପରଷ୍ଟାର ପୱନ କଲ୍ୟାଣଙ୍କ ଫିଲ୍ମ ଭିମଲା ନାୟକ ଖୁବ ଧମାକାଦାର ସାବ୍ୟସ୍ତ ହୋଇଛି। ଫିଲ୍ମଟିକୁ ତେଲୁଗୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ସେହିପରି କିଛି ଦିନ ପରେ ହିନ୍ଦି ଦର୍ଶକ ମାନେ ବି ପୱନ କଲ୍ୟାଣଙ୍କ ପାୱାର ପରଦାରେ ଦେଖିବାକୁ ପାଇବେ। କାରଣ ଏହି ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ ହୋଇଛି। ତେବେ ଆଶା କରାଯାଉଛି ଯେ, ପୱନ କଲ୍ୟାଣଙ୍କ ଏହି ଫିଲ୍ମ ଟି ହିନ୍ଦୀ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇପାରିବ।
ଟ୍ରେଲରରେ ପୱନ କଲ୍ୟାଣ ଜଣେ ପୋଲିସ୍ ଭୂମିକାରେ ନଜର ଆସିଛନ୍ତି । ଭିଲେନ୍ ଭୂମିକାରେ ରାଣା ଦଗୁବତୀଙ୍କୁ ଦେଖିବାକୁ ମିଳିଥିବାବେଳେ ପୱନ ତାଙ୍କୁ ତାଙ୍କ ଭୁଲ୍ କାମ ପାଇଁ ଗିରଫ କରିଛନ୍ତି । ଟ୍ରେଲରରେ ଉଭୟ ଷ୍ଟାର୍ ବହୁତ ଶକ୍ତିଶାଳୀ ଭୂମିକାରେ ଅଛନ୍ତି । ତେବେ ଟ୍ରେଲରରେ ଏହା ଦର୍ଶାଯାଇଛି ଯେ, ପୋଷ୍ଟ ଓ ପାୱାର ପାଇଁ ଉଭୟ ମୁହାଁମୁହିଁ ହେଉଛନ୍ତି।
ହଁ, ଚଳଚ୍ଚିତ୍ରର ଡାଏଲଗ ଗୁଡିକ ଖୁବ ଭଲ ଭାବେ ଲେଖା ଯାଇଛି । ଏହା ବ୍ୟତୀତ ଫିଲ୍ମର ପ୍ରତ୍ୟେକ ଆକ୍ସନ୍ ସିନ୍ ଦମଦାର ରହିଛି। ବର୍ତ୍ତମାନ ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ୍ ହେବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ବହୁତ କୌତୁହଳ ଦେଖାଦେଇଛି । ବର୍ତ୍ତମାନ ହିନ୍ଦୀ ଦର୍ଶକ ଉତ୍ସାହର ସହିତ ଫିଲ୍ମର ହିନ୍ଦୀ ସଂସ୍କରଣକୁ ଅପେକ୍ଷା କରିଛନ୍ତି | ହେଲେ ଏଠାରେ କହିରଖୁଛୁ ଯେ,ଏହି ଚଳଚ୍ଚିତ୍ରଟି ୨୦୨୦ ରେ ରିଲିଜ୍ ହୋଇଥିବା ମାଲାୟାଲମ୍ ଚଳଚ୍ଚିତ୍ର ‘Ayyappanum Koshiyum’ର ତେଲୁଗୁ ସଂସ୍କରଣ।
ଏଠାରେ କହିରଖୁଛୁ ଯେ, ଫେବୃଆରୀ ୨୫ ରେ ପ୍ରେକ୍ଷାଳୟରେ ‘ଭୀମଲା ନାୟକ’ ମୁକ୍ତିଲାଭ କରିଥିଲା । ପ୍ରଥମ ଦିନରେ ଏହି ଫିଲ୍ମ ୬୦ କୋଟି ଟଙ୍କାର ବ୍ୟବସାୟ ସହିତ ଏକ ଭଲ ଆରମ୍ଭ କରିଥିଲା । ଏହା ସହିତ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆୱାଡି’ ମଧ୍ୟ ସିନେମାରେ ମୁକ୍ତିଲାଭ କରିଥିଲା। କିନ୍ତୁ ଚଳଚ୍ଚିତ୍ରର ତେଲୁଗୁ ସଂସ୍କରଣ ଏହାର ବକ୍ସ ଅଫିସ୍ ସଂଗ୍ରହ ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା ।
