ଜାତିସଂଘରେ ହିନ୍ଦୀ ଭାଷାକୁ ମିଳିଲା ମାନ୍ୟତା
ନୂଆଦିଲ୍ଲୀ : ମିଳିତ ଜାତିସଂଘ ହିନ୍ଦୀ ଭାଷାକୁ ସ୍ୱୀକୃତି ଦେଇଛି । ଶନିବାର ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଏହା ଘୋଷଣା କରାଯାଇଛି । ହିନ୍ଦୀ ସହିତ ବଙ୍ଗଳା ଓ ଉର୍ଦ୍ଦୁ ଭାଷାକୁ ମଧ୍ୟ ଅନୁମତି ଦିଆଯାଇଛି । ଏନେଇ ଜାତିସଂଘର ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି ସାଧାରଣ ପରିଷଦ ବୈଠକରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ।
ଟିଏସ ତିରୁମୂର୍ତ୍ତି କହିଛନ୍ତି, ଚଳିତ ବର୍ଷ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାକୁ ସାମିଲ କରାଯାଇଛି । ବର୍ତ୍ତମାନ ଜାତିସଂଘର ସମସ୍ତ କାମ ଓ ଜରୁରୀ ସୂଚନା ଏହି ଭାଷାରେ ପ୍ରକାଶ କରାଯିବ । ଜାତିସଂଘର ସ୍ୱୀକୃତିକୁ ଭାରତ କୃତଜ୍ଞତା ଜଣାଇଛି । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୮ ମସିହାରେ ଭାରତ ହିନ୍ଦୀରେ ଜାତିସଂଘରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଥିଲା । ମିଳିତ ଜାତିସଂଘ ସାଧାରଣ ପରିଷଦର ୬ଟି ଭାଷା ରହିଛି । ସେଗୁଡିକ ହେଲା ଆରବୀ, ଚାଇନିଜ, ଇଂରାଜୀ, ଫରାସୀ, ରୁଷୀୟ ଏବଂ ସ୍ପାନିସ । ଏବେ ଏଥିରେ ଯୋଡି ହୋଇଛି ହିନ୍ଦୀ ଓ ବଙ୍ଗଳା ।
