ହିଜାବ୍ ବିବାଦ! ପ୍ରତିକ୍ରିୟା ରଖିଲେ କେରଳ ରାଜ୍ୟପାଳ, ଜାଣନ୍ତୁ କଣ କହିଲେ
ନୂଆଦିଲ୍ଲୀ : ଦିନକୁ ଦିନ ବିବାଦ ଘେର ଭିତର ଛନ୍ଦି ହୋଇଯାଉଛି ହିଜାବ୍ ବିବାଦ । ଏନେଇ କେରଳ ରାଜ୍ୟପାଳ ଏମ୍ ଖାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିବା ଏହା ଏକ ବିବାଦ ନୁହେଁ, ବରଂ ମୁସଲମାନ ଯୁବତୀମାନଙ୍କୁ ନିଜ ଘରର ଚାରି କାନ୍ଥରେ ଫେରାଇ ଆଣିବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର । ଏହାଦ୍ୱାର ମୁସଲମାନ ଯୁବତୀମାନଙ୍କ ଅଗ୍ରଗତିରେ ବାଧାପ୍ରାପ୍ତ ହେବ ।ପୁଅମାନଙ୍କ ଅପେକ୍ଷା ସେମାନେ ସବୁ କ୍ଷେତ୍ରରେ ଏବେ ଆଗକୁ ବାଢୁଛନ୍ତି। ସେମାନଙ୍କୁ ନିରାଶ ବା ପଛକୁ ଟାଣିବା ପାଇଁ ଏହା ଏକ ପ୍ରୟାସ ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୋମବାର ଠାରୁ ଖୋଲୁଥିବା ସ୍କୁଲକୁ ନେଇ ଗାଇଡଲାଇନ ଜାରି କରାଯାଇଛି । ସ୍କୁଲ ଖୋଲିବାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ପ୍ରକାରର ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ । ସେ କହିଛନ୍ତି, ଏସ୍ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପ୍ରମୁଖ ସ୍କୁଲଗୁଡ଼ିକୁ ଗସ୍ତ କରିବେ ନେଇ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଡିସି, ଏସ୍ପି ଓ ଡିଡିପିଆଇଙ୍କୁ ଶିକ୍ଷକ, ଅଭିଭାବକ ଓ ସ୍କୁଲ ପରିଚାଳନା ବୋର୍ଡଙ୍କ ସହିତ ଲଗାତାର ସଂପର୍କ ରଖିବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ ବିବାଦ ବଢ଼ିଥିବାରୁ ଚାରିଆଡେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖାଯାଇଛି ।
