ଆପଣାନ୍ତୁ ଓଜନ କମ କରିବାର ଏହିସବୁ ମନ୍ତ୍ର ! ମାତ୍ରମାସକରେ ଦେଖିବେ ଫରକ
ଓଜନ ବୃଦ୍ଧିକୁ ନେଇ ଏବେ ସମସ୍ତେ ଚିନ୍ତିତ। ମହିଳାଙ୍କ ଠାରେ ପେଟ ଓ ଅଣ୍ଟା ପାଖରେ ଶୀଘ୍ର ଚର୍ବି ଲାଗିବା ସମସ୍ୟା ରହିଥାଏ। ମୋଟା ହେବା ଦ୍ବାରା ଶରୀରର ଲୁକ ବିଗିଡ଼ିବା ସହିତ ରୋଗର ଶିକାର କରିଥାଏ। ଏପରିସ୍ଥଳେ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଥିଲେ ନିୟମିତ ରୁଟିନରେ କେତେକ ପରିବର୍ତ୍ତନ କରି ଏହି କାମ କରିପାରିବେ। ଏଠାରେ କେତେକ ଟିପ୍ସ ଦିଆଯାଇଛି, ଯାହାକୁ ଅନୁସରଣ କରି କିଛି ଦିନ ଭିତରେ ଓଜନ ନିୟନ୍ତ୍ରଣ କରିପାରିବେ।
ଲେମ୍ବୁ ପାଣି :
ସକାଳୁ ଉଠି ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ। ଭିଟାମିନ ସି’, ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି-ଭାଇରାଲ ଗୁଣରେ ଭରପୂର ଲେମ୍ବୁ ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ। ଏହାଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ। ଏହାବ୍ୟତୀତ ଏହି ଡ୍ରିଙ୍କସ ସେବନ ଦ୍ବାରା ରୋଗପ୍ରତିରୋଧକ ଶକ୍ତି ଓ ପାଚନତନ୍ତ୍ରରେ ସୁଧାର ଆସିଥାଏ।
ଯୋଗ ଓ ବ୍ୟାୟାମ :
ଜିମ ଯାଇପାରୁ ନ ଥିଲେ ଘରେ ସକାଳ ଓ ସନ୍ଧ୍ୟାରେ ୨୦ରୁ ୩୦ ମିନିଟ ଯୋଗ ଓ ବ୍ୟାୟାମ କରନ୍ତୁ। ଆପଣ ୟୁଟ୍ୟୁବ ସାହାଯ୍ୟରେ ଆସନ ଓ ମୋଟାପଣ କମ କରିବା ଲାଗି ଯୋଗ ଓ ବ୍ୟାୟାମ ଶିଖିପାରିବେ। ଏହାଦ୍ବାରା ଶରୀରରେ ଜମୁଥିବା ଅତିରିକ୍ତ ଚର୍ବି କମ ହେବା ସହିତ ଫୂର୍ତ୍ତି ଲାଗିବ। ଏହା ଚେହେରାରେ ଚମକ ବି ଆଣିବାରେ ସାହାଯ୍ୟ କରିବ।
ସ୍ବାସ୍ଥ୍ୟକର ଜଳଖିଆ :
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ସକାଳ ଜଳଖିଆ ସବୁଠାରୁ ଅଧିକ ହେଭି ଓ ହେଲଦି ହେବା ଉଚିତ। ଏହାଦ୍ବାରା ସାରା ଦିନ କାମ କରିବାକୁ ଶକ୍ତି ମିଳିଥାଏ। ଓଜନ ନିୟନ୍ତ୍ରଣ କରିବା ଲାଗି ସକାଳ ଜଳଖିଆରେ ଜୁସ, ଫଳ, ଓଟସ, ଦୁଗ୍ଧ ଜାତୀୟ ପଦାର୍ଥ, ଡ୍ରାଏ ଫ୍ରୁଟ ଆଦି ସ୍ବାସ୍ଥ୍ୟକର ଜିନିଷ ସେବନ କରିପାରିବେ।
ସାରା ଦିନ ଅଳ୍ପ ଅଳ୍ପ ଖାଆନ୍ତୁ :
ପେଟ ପୂରାଇ ଖାଇବା ବଦଳରେ ପ୍ରତ୍ୟେକ ଦୁଇ ଘଣ୍ଟାରେ କିଛି କିଛି ହାଲୁକା-ପୁଲୁକା ଖାଦ୍ୟ ଖାଆନ୍ତୁ। ଏହାଦ୍ବାରା ସାରା ଦିନ ଏନର୍ଜି ମିଳିବ ଓ ଓଜନ ନିୟନ୍ତ୍ରଣରେ ରହିବ। ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ବଦଳରେ ଡ୍ରାଏ ଫ୍ରୁଟ, ସୋୟାବିନ, ସାଲାଡ, ସ୍ମୁଦି ଆଦି ସେବନ କରନ୍ତୁ।
ତେଲ ଓ ମସଲାଯୁକ୍ତ ଖାଦ୍ୟ ମନା :
ଅଧିକ ମାତ୍ରାରେ ତୈଳୀୟ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଓଜନ ବଢ଼ିବ। ଏଥିସହିତ ପାଚନତନ୍ତ୍ର ଖରାପ ହେବାରେ ଲାଗେ। ଏପରିସ୍ଥଳେ ଯଦି ଓଜନ କମ କରିବାକୁ ଚାହୁଛନ୍ତି ତେବେ ତେଲଛଣା, କଫିନ ଆଦିନ ସେବନ ଠାରୁ ଦୂରେଇ ରହନ୍ତୁ।
ହାଲୁକା ଡିନର କରନ୍ତୁ :
ସାଧାରଣତଃ ଅନେକେ ରାତିରେ ଭାରୀ ରାତ୍ରିଭୋଜନ କରିଥାନ୍ତି। ଫଳରେ ଓଜନ ବୃଦ୍ଧି ସମସ୍ୟା ଭୋଗିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ରାତି ଖାଇବା ସବୁଠାରୁ ହାଲୁକା ହେବା ଉଚିତ। ଏହାଦ୍ବାରା ଓଜନ ନିୟନ୍ତ୍ରଣରେ ରହିବା ସହିତ ରୋଗର ଶିକାର ହେବା ଆଶଙ୍କା କମ ହୋଇଯାଏ।
ଶୋଇବା ପୂର୍ବରୁ ଚାଲନ୍ତୁ :
ସାଧାରଣତଃ ଲୋକେ ରାତ୍ରିଭୋଜନ କରିବାର କିଛି ସମୟ ଭିତରେ ଶୋଇ ଯାଆନ୍ତି। କିନ୍ତୁ ଏପରି କରିବା ଦ୍ବାରା ଓଜନ ବୃଦ୍ଧି ଆଶଙ୍କା ବଢ଼ିଯାଏ। ଏହାବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ଓ ପାଚନତନ୍ତ୍ର ଦୁର୍ବଳ ହେବାରେ ଲାଗେ। ତେଣୁ ଖାଇବା ପରେ ୧୫ରୁ ୨୦ ମିନିଟ ଚଲାବୁଲା କରନ୍ତୁ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଓଜନ ନିୟନ୍ତ୍ରଣରେ ରହିବା ସହିତ ଉତ୍ତମ ଶାରୀରିକ ବିକାଶ ହୋଇଥାଏ।
