ପାଣିରେ ବୁଡ଼ି ଏକମାତ୍ର ଶିଶୁପୁତ୍ର ମୃତ
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଅଧିନ ଉପାନ୍ତ ଗ୍ରାମ ଶାହାଡ଼ାପଡ଼ାର ପ୍ରାଣକୃଷ୍ଣ ପାତ୍ର ଶ୍ୱଶୁର ଘର ଆମ୍ବଳିଅଠା ଗାଁକୁ ଚଡ଼କ ପାଟ ଦେଖିବାକୁ ଆସିଥିଲେ । ଶ୍ୱଶୁର ସୁମନ୍ତ ଜେନାଙ୍କ ଘରେ ପ୍ରାଣକୃଷ୍ଣ, ତାଙ୍କ ସ୍ତ୍ରୀ ଓ ଏକମାତ୍ର ଶିଶୁପୁତ୍ର ଆଦିତ୍ୟ ଓରଫ ଗୋପାଳ ରହିଥିଲେ । ସୋମବାର ଖରାବେଳେ ଆଦିତ୍ୟ ଖେଳୁଥିବା ବେଳେ ଅସାବଧାନତା ବସତଃ ନିକଟସ୍ଥ ପୋଖରୀରେ ଗୋଡ଼ ଖସିଯାଇଥିଲା । ବହୁ ଖୋଜାଖୋଜି ପରେ ପୋଖରୀରୁ ତାକୁ ଉଦ୍ଧାର କରି ନିକଟସ୍ଥ ଜିକେଭଟ୍ଟର ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି । ଚଡ଼କଯାତ୍ରା ଲାଗି ଗ୍ରାମ ଆନନ୍ଦ ମୁଖର ଥିବାବେଳେ ଏପରି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ରାଜେଶ ଜେନା, ବ୍ଳକ ସଦସ୍ୟ ବ୍ରଜମୋହନ ପ୍ରଧାନ, ଅକ୍ଷୟ ଜେନା ଓ ୱାର୍ଡ଼ ସଦସ୍ୟ ପ୍ରମୁଖ ବହୁ ବ୍ୟକ୍ତି ଦାବି କରିଛନ୍ତି ।
