ଦିଲ୍ଲୀରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଅନେକ ସ୍ଥାନରେ ଜଳାର୍ଣ୍ଣବ
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ବଦଳିଲା ପାଗ । ଶନିବାର ସକାଳେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ରାଜଧାନୀର ଅନେକ ସ୍ଥାନରେ ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟତରେ ବାଧା ପହଞ୍ଚିଛି । ବର୍ଷ ଯୋଗୁଁ ଦିଲ୍ଲୀବାସୀଙ୍କୁ ଭୀଷଣ ଗରମରୁ ଆଶ୍ୱସ୍ତି ମିଳିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
#WATCH | Delhi: Roads waterlogged in Pragati Maidan area as the national capital continues to receive rainfall pic.twitter.com/UY1LsFUt0A
— ANI (@ANI) August 21, 2021
ସେହିପରି ଦିଲ୍ଲୀର ଆଇଟିଓ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଲୋକଙ୍କର ଚଳପ୍ରଚଳରେ ବାଧା ପହଂଚିଛି । ସେହିଭଳି ଆଜାଦ ମାର୍କେଟ ଅଣ୍ଡରପାସ ପାଣି ଭର୍ତ୍ତି ହୋଇଯାଇଛି । ତେଣୁ ଏହି ରାସ୍ତାକୁ ସାମୟିକ ସମୟ ପାଇଁ ବନ୍ଦ କରି ଦିଆଯାଇଛି । ଦିଲ୍ଲୀ ପୋଲିସ ଅନୁସାରେ ଆଜାଦ ମାର୍କେଟ ଅଣ୍ଡରପାସରେ ୧.୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି । ଜଳଭର୍ତ୍ତି ଯୋଗୁଁ ମିଣ୍ଟୋ ବ୍ରିଜରେ ମଧ୍ୟ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ମୂଳଚନ୍ଦ ଅଣ୍ଡରପାସକୁ ମଧ୍ୟ ବନ୍ଦ କରିଦିଆ ଯାଇଛି । ପାଣିପାଗ ବିଭାଗର କହିବା ଅନୁସାରେ ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇଛି । ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ରେକର୍ଡ କରାଯାଇଛି ।
