ଆଜି ରାଜ୍ୟର ଏହି ସବୁ ଜିଲାରେ ପ୍ରବଳ ବର୍ଷା ସହ ଘଡଘଡି ଆଶଙ୍କା
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଛି । କିନ୍ତୁ ଦୁଇରୁ ତିନି ଦିନ ହେବ ପାଗ ଶୁଖିଲା ରହିଛି । ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ଆଜି ରାଜ୍ୟର କେତେକ ଜିଲାରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟର କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁ଼ଡ଼ା ଜିଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାସହ ଆଉ କେତେକ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳକି ପାଣିପାଗ ବିଭାଗ । ସେହି ଜିଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର,କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର, ନୂଆପଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ପୁରୀ,ଖୋର୍ଦ୍ଧା, ଦେବଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଓ ମୟୁରଭଞ୍ଜ।
ଆଉ ଦିନ କେଇଟା ପରେ ଶେଷ ହୋଇଯିବ ବର୍ଷା ଋତୁ। ଆଉ ଫେରିଯିବ ମୌସୁମୀ ! ୧ ସେପ୍ଟେମ୍ବର ରୁ ଆଜି ୨୨ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ଏଯାବତ ୨୯୩.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୯୨.୭ ମିମି ତୁଳନାରେ ୫୨ ପ୍ରତିଶତ ଅଧିକ ରହିଛି। ୨୫ ସେପ୍ଟେମ୍ବର ବେଳକୁ ପଶ୍ଚିମ ରାଜସ୍ଥାନ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି।
ସେପଟେ ରାଜ୍ୟରେ ଆସନ୍ତା ମାସରେ ଏକ ବାତ୍ୟା ଆଶଙ୍କା କରାଯାଉଛି। ସେପଟେ, ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଏକ ଗୁଜବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି । ସେ କହିଛନ୍ତି ‘ବାତ୍ୟା ହେବା ନେଇ ଏବେ କୌଣସି ସୂଚନା ନାହିଁ। ବଙ୍ଗୋପସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ମାତ୍ର ବାତ୍ୟା ହେବା ନେଇ ଏଯାଏଁ କୌଣସି ସୂଚନା ହସ୍ତଗତ ହୋଇନାହିଁ।
