ଉପରମୁଣ୍ଡରେ ଲଗାଣ ବର୍ଷା ଜାରି, ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର
- ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦ ହଜାର ୧୨୧ କ୍ୟୁସେକ
ସମ୍ବଲପୁର : ଉପରମୁଣ୍ଡରେ ଲଗାଣ ବର୍ଷା ଜାରି । ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୯ହଜାର ହଜାର କ୍ୟୁସେକ ଜଳ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୭ ଫୁଟ। ତେବେ ବର୍ତ୍ତମାନ କୌଣସି ଗେଟ୍ ଖୋଲିବା ସମ୍ଭାବନା ନଥିବା ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟ ଯନ୍ତ୍ରୀ।
