ଏମରଜେନ୍ସି କୋଭିଡ ରେସ୍ପନସ ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲାପାଳମାନଙ୍କୁ ଚିଠି ଲେଖି ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ । ସମ୍ଭାବ୍ୟ ମହାମାରୀ କରୋନାର ତୃତୀୟ ଲହରକୁ ନଜରରେ ରଖି ଏମରଜେନ୍ସି କୋଭିଡ ରେସ୍ପନସ ପ୍ଲାନ ପ୍ରସ୍ତୁତ କରିବା ପାଇଁ ଚିଠିରେ ଉଲ୍ଲେଖ ହୋଇଛି । ପ୍ରତ୍ୟେକ ଜିଲା ହସ୍ପିଟାଲରେ ଆରଟିପିସିଆର୍ ଟେଷ୍ଟ କିଟ୍, ଆଣ୍ଟିଜେନ୍ କିଟ, ଆରଟିପିସିଆର୍ ଟେଷ୍ଟ ଲାବ୍ ସହ ୮ ପ୍ରକାର ଜରୁରୀ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଶିଶୁ ବିଭାଗରେ ଅକ୍ସିଜେନ ୨୦ ରୁ ୩୦ ଟି ବେଡ଼ ଓ ୧୨ ବେଡ଼ ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଡିସେମ୍ବର ୨୦୨୧ ସୁଦ୍ଧା ନିର୍ଦ୍ଦେଶିତ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦେଶ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ସମସ୍ତ ହସ୍ପିଟାଲରେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
