ରଥଯାତ୍ରାରେ ୧୦ଲକ୍ଷ ମାସ୍କ ବାଂଟିବ ସ୍ୱାସ୍ଥ୍ୟ ବିଭାଗ : ସ୍ୱାସ୍ଥ୍ୟ ମନ୍ତ୍ରୀ
ପୁରୀ : ଦୁଇବର୍ଷ ପରେ ଚଳିତବର୍ଷ ଭକ୍ତ ଯୁକ୍ତ ରଥଯାତ୍ରା । ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନେ ଥଣ୍ଡା. କାଶ, ଜ୍ୱର ଅନୁଭବ କଲେ ଘରେ ରହିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ରଥଯାତ୍ରା ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତବର୍ଷ ୧୦ଲକ୍ଷ ମାସ୍କ ଭକ୍ତମାନଙ୍କୁ ବଂଟନ କରାଯିବ । ଭକ୍ତମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆମ୍ବୁଲାନ୍ସ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ପ୍ରଚୁର ପରିମାଣର ଔଷଧ ମହଜୁଦ ରଖାଯାଇଛି । ଆଟିଂଜନ ଟେଷ୍ଟ ଓ କରୋନ ସଚେତନତା ପାଇଁ ବ୍ୟାପକ ପ୍ରଚାର କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭକ୍ତ କିପରି ରଥଯାତ୍ରା ଦେଖି ଖୁସିରେ ଘରକୁ ଫେରିବ ସେଥିପାଇଁ ସମସ୍ତ ସହଯୋଗ ପାଇଁ ମନ୍ତ୍ରୀ ନିବେଦନ କରିଥିଲେ ।
