ବରଗଡ ଏସପି କଣ ବିଜେଡି ପାଇଁ କାମ କରିବା ନିଷ୍ପତି ନେଇଛନ୍ତି କି? : ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର : ଲଗାତାର ତିନି ଦିନ ହେଲାଣି ଆମେ ଦେଖୁଛୁ ବରଗଡ ଏସପିଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ପୋଲିସ ବିଜୁ ଜନତା ଦଳକୁ ସୁହାଇଲା ଭଳି କାର୍ଯ୍ୟକଳାପ କରୁଛି । ବିଜୁ ଜନତା ଦଳ ଗୋଟିଏ ପଟରେ ଅଶାନ୍ତି, ହିଂସାତ୍ମକ କାର୍ଯ୍ୟକଳାପ କରୁଥିବାବେଳେ ଜିଲ୍ଲା ପୋଲିସ ସେମାନଙ୍କୁ ସୁହାଇଲା ଭଳି କାମକରୁଛି । ଗତକାଲି ଝାରବନ୍ଧର ଗୋଠୁଗୁଡା ଗାଁରେ ଦିଲିପ ସେନାପତି ନାମକ ଜଣେ ବିଜେପି କାର୍ଯ୍ୟକର୍ତାଙ୍କୁ ଲାଂଜିଗଡର ବିଜେପି ବିଧାୟକ ପ୍ରଦିପ ଦିଶାରିବନ୍ଧୁକ ଦେଖାଇ ଅପହରଣ କରିଥିଲେ । ଆମେ ଥାନାରେ ଅଭିଯୋଗ କରିଲୁ । ଅପହରଣର ଚାରି ଘଂଟା ପରେ ତାଙ୍କୁ ଏକ ଅଜଣା ସ୍ଥାନରୁ ପୋଲିସ ଉଦ୍ଧାର କରିଲା । ତାଙ୍କ ଉପରେ ଆକ୍ରମଣ ଏତେ ଜୋରରେ ହୋଇଛି ଯେ, ତାଙ୍କୁ ରାତା ରାତି ରାୟପୁର ସ୍ଥାନାନ୍ତରଣ କରିବାକୁ ପଡିଲା ଚିକିସ୍ତ୍ରା ପାଇଁ । କାହିଁକି ଏପର୍ଯ୍ୟନ୍ତ ପୋଲିସରେ ଅଭିଯୋଗ କରାଯିବା ସତ୍ୱେ ବି ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରଦିପ ଦିଶାରିଙ୍କୁ ଗିରଫ କରିନାହିଁ ? ପୋଲିସ ଦିଲିପଙ୍କୁ କେଉଁ ସ୍ଥାନରୁ ଉଦ୍ଦାର କରିଲା ତାହା ମଧ୍ୟ ଗଣମାଧ୍ୟମ ବା ଆମକୁ କହୁନାହିଁ । ବିଜେଡି ବିଧାୟକ ବୋଲି କଣ ତାଙ୍କୁ ପୋଲିସ ଛାଡିଦେବ କି? ବରଗଡ ଏସପି ନିଜେ ଶାସକ ଦଳ ସପକ୍ଷରେ କାମ କରୁଥିବା ଭଳି ଅନୁଭବ ହେଉଛି ବୋଲି ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟର ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି ଯେ, କେନ୍ଦୁପତ୍ର ଶ୍ରମିକ ଓ ସିଜନାଲ କର୍ମଚାରୀମାନଙ୍କ ସୁଖ ଦୁଃଖରେ ଆମ ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବହୁତ ଦିନରୁ ରହି ଆସିଛନ୍ତି । ସେମାନେ କେମିତି ବିଜେପିକୁ ଭୋଟ ଦେବେ ନାହିଁ ସେଥିପାଇଁ ଶାସକ ଦଳ ପୁରା ପୋଲିସ ପ୍ରଶାସନକୁ ଲଗାଇ ଦେଇଛି । କେନ୍ଦୁପତ୍ର ଶ୍ରମିକ ଓ ସିଜନାଲ କର୍ମଚାରୀମାନଙ୍କୁ ଧମକାଇବାରେ । ବିଜେପି ପାଇଁ କାମ କରୁଥିବା କିଛି କେନ୍ଦୁପତ୍ର ଶ୍ରମିକ ଓ ସିଜନାଲ କର୍ମଚାରୀମାନଙ୍କ ଉପରେ ପୋଲିସ ଜୁଲମ କରିଛି । ପ୍ରାୟୋଜିତ ଭାବରେ ସେମାନଙ୍କ ନାଁରେ ପୋଲିସ ମିଛ ଏଫଆଇର କରିଛି । ସେହି ଏଫଆଇର ଆଧାରରେ ରବିବାର ଦିନ ଛୁଟି ଦିନ ଥାଇବି ନିଜେ ବରଗଡ ଏସପିଡିଏଫଓଙ୍କ ଅଫିସକୁ ଯାଇ ସେହି ଦୁଇ ଜଣ କର୍ମଚାରୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଏଫଓଙ୍କ ଉପରେ ଚାପ ପକାଇଥିବାର ପ୍ରମାଣ ଅଛି । ଯାହା ଫଳରେ ଡିଏଫଓ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଗତକାଲି ବିଜୁ ଜନତା ଦଳର କିଛିଲୋକ ନିଜକୁ କେନ୍ଦୁପତ୍ର କର୍ମଚାରୀ ବୋଲି ପରିଚୟ ଦେଇ ବିଜେଡି ପାଇଁ ଟଙ୍କା ବାଂଟୁଥିବା ବେଳେ ତିମିରି ଗାଁରେ ଧରାପଡିଛନ୍ତି । ସେମାନେ ନିଜେ କ୍ୟାମେରା ସାମନାରେ କହିଛନ୍ତି ଯେ, ବଲାଙ୍ଗିରର ପଣ୍ଡା ବାବୁଙ୍କ ନିର୍ଦ୍ଦେଶରେ ସେମାନେ ବିଜେଡି ପାଇଁ ଟଙ୍କା ବାଂଟୁଥିଲେ । ହେଲେ ପୋଲିସ କାହିଁକି ଏପର୍ଯର୍୍ୟନ୍ତ ସେହି ଟଙ୍କା ବାଂଟୁଥିବା ଲୋକମାନଙ୍କୁ ଗିରଫ କରିନାହିଁ ? କିଏ ସେହି ପଣ୍ଡାବାବୁ ଯାହାଙ୍କ ନିର୍ଦ୍ଦେଶରେ ଟଙ୍କାବଂଟା ଯାଉଥିଲା ତାଙ୍କ ପରିଚୟ ସାମନାକୁ ଆଣିବା କଣ ପୋଲିସର କାମ ନୁହେଁକି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।
