ବିରଳ ଉପଲବ୍ଧି ହାସଲ କଲେ ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ : ଆଇପିଏଲ-୨୦୨୨ ଟୁର୍ଣ୍ଣାମେଣ୍ଟରେ ବିରଳ ଉପଲବ୍ଧି ହାସଲ କଲେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲର ୩୫ତମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ରହିଥିଲା । ଏହି ମ୍ୟାଚ୍ ମଧ୍ୟ ଗୁଜରାଟର ପ୍ରଥମ ଦିନ ମ୍ୟାଚ୍ ରହିଥିଲା । ଦ୍ବିତୀୟ ବ୍ୟାଟିଂ କରୁଥିବା ଟିମକୁ ଲକ୍ଷ୍ୟକୁ ପିଛା କରିବା ସହଜ ହେଉଥିଲେ ମଧ୍ୟ ହାର୍ଦ୍ଦିକ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବାପରେ ସମସ୍ତଙ୍କୁ ଚକିତ କରିଥିଲେ ।
ଏହି ମ୍ୟାଚ୍ ପୂର୍ବରୁ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ୩୪ ମ୍ୟାଚ୍ ଖେଳାଯାଇ ସାରିଥିଲା । ତେବେ ଏହା ପ୍ରଥମ ଅବସର ହୋଇଥିଲା ଯେ କୌଣସି କୌଣସି ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ଗୁଜରାଟ ଖେଳିଥିବା ୬ଟି ମ୍ୟାଚ୍ରେ ୫ଟିରେ ବିଜୟୀ ହୋଇଥିବାରୁ ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରିଥିଲା ଟାଇଟନ୍ସ । ଏହି ମ୍ୟାଚ୍ ମଧ୍ୟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମବ୍ୟାକ୍ ମ୍ୟାଚ୍ ରହିଥିଲା । ସାମାନ୍ୟ ଆହତ କାରଣରୁ ହାର୍ଦ୍ଦିକ ଗୋଟିଏ ମ୍ୟାଚ୍ ଖେଳିନଥିଲେ ଓ ତାଙ୍କ ସ୍ଥାନରେ କାମଚଳା କ୍ୟାପଟେନ ଭାବେ ରସିଦ ଖାନ ଦାୟିତ୍ବ ତୁଲାଇଥିଲେ ।
