ଦୁରଦର୍ଶନ ଡିଡି ହିମାଚଳ ଚ୍ୟାନେଲ ୨୪ ଘଂଟିଆ ପ୍ରସାରଣ ସେବାର ଶୁଭ ଉଦ୍ଘାଟନ
ହିମାଂଚଳ : କେନ୍ଦ୍ରୀୟ ସୁଚନା ଏବଂ ପ୍ରସାରଣ ଓ ଯୁବବ୍ୟାପାର ତଥା ଖେଳ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାରଦିନ ଦୁରଦର୍ଶନ ଡିଡି ହିମାଚଳ ଚ୍ୟାନେଲର ୨୪ ଘଂଟିଆ ପ୍ରସାରଣ ସେବାର ଶୁଭ ଉଦ୍ଘାଟନ କରିଛନ୍ତି । ପିଟର ହାଁପ ଶିମଳାରୁ ଅନୁରାଗ ଠାକୁର ହିମାଂଚଳ ଲୋକମାନଙ୍କୁ ଡିଡି ହିମାଚଳ ଚ୍ୟାନେଲର ୨୪ ଘଂଟିଆ ପ୍ରସାରଣ ସେବାର ଭେଟି ଦେଇଥିଲେ । ଡିଡି ହିମାଚଳ ଏବେ ୨୪ ଘଂଟିଆ କାର୍ଯ୍ୟକ୍ରମ ତଥା ଖବର ପ୍ରସାରଣ କରିବ । ଏହି ଅବସରରେ ହିମାଂଚଳର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ , ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ, ଶିମଲା ସାଂସଦ ସୁରେଶ କଶ୍ୟପ ଏବଂ ପ୍ରସାର ଭାରତୀର ସିଇଓ ଗୌରବ ଦିବେଦୀ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ପ୍ରସାରଣ ମନ୍ତ୍ରୀ ଏହି ଅବସରରେ କହିଛନ୍ତି ଡିଡି ହିମାଚଳ ୨୪ ଘଂଟିଆ ହେବ । ଏକ ନୁଆ ଷ୍ଟୁଡିଓ ମଧ୍ୟ ତିଆରି ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଏହି ଚ୍ୟାନେଲର ୨୪ ଘଂଟା ପ୍ରସାରଣ ହେଲେ ହିମାଚଳର ସଂସ୍କୃତି ଦେଶ ଓ ଦୁନିଆର କୋଣ ଅନୁକୋଣରେ ପହଂଚିପାରିବ ଏବଂ ଯୁବକଳାକାର ମାନେ ମଂଚ ଅଭିମୁଖୀ ହେବେ ।
