ଓଡ଼ିଆ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଭୁବନେଶ୍ୱର : ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଖାରବେଳ ନଗର ଘରୁ ଝୁଲନ୍ତା ଅବସ୍ଥାରେ ଆଜେକ୍ସଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ପୋଲିସର ଖୋଳତାଡ଼ ଜାରି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ସେ ବେଡ଼ସିଟରେ ଝୁଲି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ କାହିଁକି ଏପରି କଲେ ସେ ନେଇ ତଦନ୍ତ କରୁଛି ଖାରବେଳ ଥାନା ପୋଲିସ।
ଆଜେକ୍ସ ଭୁବନେଶ୍ୱର ୟୁନିଟ-୮ ଖାରବେଳ ନଗରରେ ରହୁଥିଲେ। ଗତ ଶନିବାର ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆଲେକ୍ସ ଆତ୍ମହତ୍ୟା ଆତ୍ମହତ୍ୟା କରିଥିବା ଜଣାପଡିଛି। ଶେଷଥର ପାଇ ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ପରିବାର ଲୋକଙ୍କ ସହିତ ଆଜେକ୍ସ କଥା ହୋଇଥିଲେ। ଏବେ ତାଙ୍କର ମୃତଦେହକୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଛି। ଅଧିକ ତଥ୍ୟ ପାଇଁ ମୋବାଇଲ ଫୋନକୁ ନେଇ ତଦନ୍ତ କରୁଛି ପୋଲିସ।
