ଜ୍ଞାନବାପି ମସଜିଦ ମାମଲା: ଆଜି ଶୁଣାଣି ପ୍ରକ୍ରିୟା ଧାର୍ଯ୍ୟ କରିବେ ଜିଲା କୋର୍ଟ
ବାରାଣାସୀ : ବାରାଣସୀର ଜିଲା ଜଜ୍ ମଙ୍ଗଳବାର ଜ୍ଞାନବାପି ମସଜିଦ ମାମଲାର ଶୁଣାଣି ପ୍ରକ୍ରିୟା ଧାର୍ଯ୍ୟ କରିବେ । ସୋମବାର ଦିନ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । କାହା ପକ୍ଷର ଆବେଦନ ପ୍ରଥମେ ଶୁଣାଣି କରାଯିବ ତାହା ଆଜି କୋର୍ଟ ଧାର୍ଯ୍ୟ କରିବେ। ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲାକୁ ବାରାଣସୀ ସିଭିଲ କୋର୍ଟରୁ ଜିଲା କୋର୍ଟକୁ ସ୍ଥାନାନ୍ତର କରିଥିଲେ ।
