Guru Purnima 2023 : କ୍ୟାରିୟରରେ ସଫଳତା ପାଇଁ ଗୁରୁପୂର୍ଣ୍ଣିମା ଦିନ କରନ୍ତୁ ଏହି ୫ଟି ଉପାୟ
ପଞ୍ଚାଙ୍ଗ ଅନୁଯାୟୀ, ପୂର୍ଣ୍ଣିମା ପ୍ରତ୍ୟେକ ମାସର ଶୁକ୍ଲ ପକ୍ଷର ଅନ୍ତିମ ତିଥିରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ, ଆଷାଢ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା (ଗୁରୁ ପୂର୍ଣ୍ଣିମା 2023) ଭାବରେ ପାଳନ କରାଯାଏ। ଏହି ଦିନ ବେଦର ସୃଷ୍ଟିକର୍ତ୍ତା ବେଦ ବ୍ୟାସ ଜନ୍ମ ଗ୍ରହଣ କରିଥିଲେ। ଗୁରୁ ପୂର୍ଣ୍ଣିମାରେ ଦାନ, ଉପାସନା ଓ ଜପର ବେଶ ଗୁରୁତ୍ୱ ରହିଛି। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ତେବେ ଗୁରୁ ପୂର୍ଣ୍ଣିମା ଦିନ ଏହି ୫ଟି ଉପାୟ କରିବା ଦ୍ବାରା ଜୀବନରେ ସଫଳତା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୁରୁପୂର୍ଣ୍ଣିମା ଦିନ କେଉଁ ଉପାୟ ଦ୍ବାରା ବ୍ୟକ୍ତିକୁ ତା କ୍ୟାରିୟରେ ସଫଳତା ମିଳିଥାଏ ।
ଚଳିତ ଥର ଗୁରୁ ପୂର୍ଣ୍ଣିମା ଆଜି ଅର୍ଥାତ୍ ସୋମବାର ଦିନ ପଡୁଛି । ଗୁରୁ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ବିଷୟରେ ଶାସ୍ତ୍ରରେ ବଣ୍ଣନା କରାଯାଇଛି । ଯଦି ଏହି ଦିନ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ କରାଯାଇଥିବା ପ୍ରତିକାର କରାଯାଏ, ତେବେ ବ୍ୟକ୍ତିକୁ ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହ ଅଟକି ଥିବା କ୍ୟାରିୟରେ ସଫଳତା ମିଳିଥାଏ ।
ଗୁରୁ ପୂର୍ଣ୍ଣିମା ଦିନ କରନ୍ତୁ ଏହିସବୁ ଉପାୟ :
- ଗୁରୁ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କୁ ଆରାଧ୍ୟନା କରାଯାଇଥାଏ । ଏହି ଦିନ, କଦଳୀ ଗଛ ତଳେ ଘିଅ ଦୀପ ଜାଳନ୍ତୁ, ଏପରି କରିବା ଦ୍ବାରା ଜାତକରେ ଗୁରୁ ଗ୍ରହ ବୃହସ୍ପତିଙ୍କ ସ୍ଥିତି ମଜଭୁତ ହୋଇଥାଏ । ଫଳରେ ଚାକିରି କ୍ଷେତ୍ରରେ ଲାଗି ରହିଥିବା ବାଧା ଓ ସମସ୍ୟା ଦୂର ହୋଇଥାଏ ଓ ନୂତନ ଚାକିରୀ ନେଇ ସୁଯୋଗ ମିଳିଥାଏ ।
- କ୍ୟାରିୟରରେ ଅଗ୍ରଗତି ପାଇଁ, ପୁସ୍ତକର ପ୍ରଥମ ପୃଷ୍ଠାରେ ଏକ ସ୍ବସ୍ତିକ ଚିହ୍ନ ତିଆରି କରି ଏଥିରେ ନିଜର ଇଚ୍ଛା ଲେଖନ୍ତୁ । ପରେ ଏହି ପୁସ୍ତକକୁ ମା ସରସ୍ୱତୀଙ୍କ ପାଦ ତଳେ ରଖନ୍ତୁ । ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।
- ଏହି ଦିନ ଘରେ ଗୁରୁ ଯନ୍ତ୍ର ସ୍ଥାପନା କଲେ ଜୀବନରେ ସୁଖ ଓ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ଏହି ପବିତ୍ର ଦିନରେ ଏହି ଯନ୍ତ୍ର ସ୍ଥାପନା କରିବା ଦ୍ୱାରା କ୍ୟାରିୟରରେ ସଫଳତା ମିଳିବା ସହ ନୂତନ ସୁଯୋଗ ମିଳିଥାଏ ।
- ବିଦ୍ୟାର୍ଥିୀ ମାନେ ଗୁରୁ ପୂର୍ଣ୍ଣିମା ଦିନ ଗାଇଙ୍କ ସେବା କରିବା ଉଚିତ୍ । ଏହାଛଡ଼ା ଗୁରୁ ପୂର୍ଣ୍ଣିମା ଦିନ ଗୀତା ପାଠ କରିବା ଦ୍ବାରା ସଫଳତା ମିଳିଥାଏ ।
- ବ୍ୟବସାୟରେ ସଫଳତା ପାଇବା ପାଇଁ ଗୁରୁ ପୂର୍ଣ୍ଣିମା ଦିନ ଗରିବ ଲୋକକୁ ହଳଦିଆ ଶସ୍ୟ ବା ହଳଦିଆ ରଙ୍ଗର ମିଠା ଦାନ କରନ୍ତୁ।
ସନ୍ତାନ ପ୍ରାପ୍ତି ଲାଗି କରନ୍ତୁ ଏହି ଖାସ୍ ଉପାୟ :
ଜାତକରେ ବୃହସ୍ପତିଙ୍କ ସ୍ଥିତି ଦୁର୍ବଳ ଥିଲେ ସନ୍ତାନ କ୍ଷେତ୍ରରେ ସମସ୍ୟା ଦେଖାଦେଇଥାଏ । ତେବେ ସନ୍ତାନ ପ୍ରାପ୍ତି ଲାଗି ଦମ୍ପତିମାନେ ଗୁରୁ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କୁ କେଶର ଓ ହଳଦିଆ ଚନ୍ଦନ ଅପର୍ଣ କରନ୍ତୁ । ଏହାସହ ଅଭାବୀ ଲୋକଙ୍କୁ ଗୁଡ଼ ଦାନ କରନ୍ତୁ । ବିଶ୍ୱାସ ରହିଛି ଯେ, ଏହି ପ୍ରତିକାର କରିବା ଦ୍ବାରା ଶୀଘ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ।
