ଗାଇଡ୍ଲାଇନ୍ ଓ ଟିକା ଆସିଲେ ୨ରୁ ୧୮ବର୍ଷ ପିଲାଙ୍କୁ ଟିକା ଦିଆଯିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଗତକାଲି ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ବିଶେଷଜ୍ଞ କମିଟି ମଂଜୁରି ଦେଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଗଠିତ ଟିକା ବିଶେଷଜ୍ଞ କମିଟି ପିଲାଙ୍କ ପାଇଁ କୋଭାକ୍ସିନକୁ ନିରାପଦ ଦର୍ଶାଇବା ସହ ଏହାକୁ ମଞ୍ଜୁରୀ ଦେଇଥିବାରୁ ଏଣିକି ପିଲାମାନଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି । ଏମଧ୍ୟରେ ରାଜ୍ୟରେ କେବେ ୧୮ବର୍ଷରୁ କମ ପିଲାଙ୍କୁ ଟିକା ଦିଆଯିବ ସେନେଇ ପ୍ରଶ୍ନ କରାଯିବା ପରେ ଏହାର ଉତର ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଓ ଟିକା ଆସିଲେ ୨ରୁ ୧୮ବର୍ଷ ପିଲାଙ୍କୁ ଟିକା ଦିଆଯିବା କାମ ଆରମ୍ଭ ହେବ । ଆମେ ଶିଶୁଙ୍କୁ ଡିପିଟି ଓ ପୋଲିଓ ସବୁବେଳେ ଦେଉଛୁ । ତେଣୁ ଆମ ପାଖରେ ଟିକା ଦେବାକୁ ଲୋକଙ୍କ ଅଭାବ ନାହିଁ । ଭିତିଭୂମିରେ ମଧ୍ୟ କୌଣସି ଆସୁବିଧା ନାହିଁ । ତେଣୁ ଟିକା ଆସିଲେ ସଙ୍ଗେ ସଙ୍ଗେ ଟିକାକରଣ ଆରମ୍ଭ ହେବ । କେନ୍ଦ୍ର ସରକର ଏନେଇ କେ?ଣସି ଗାଇଡଲାଇନ ଜାରି କରିନାହାନ୍ତି । ଗାଇଡଲାଇନ ଆସିବା ପରେ ଆମେ ସେହି ଅନୁସାରେ କାମ କରିବୁ । ଏହା ସହ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ନେଇ ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ବଢିବାଟା ନିଶ୍ଚିତ ଭାବେ ଉଦ୍ୱେଗଜନକ । ଭୁବନେଶ୍ୱରରେ ଲୋକେ କଟକଣା ନ ମାନି ଭିଡ଼ ଜମାଇବା ଯୋଗୁ ସଂକ୍ରମଣ ବଢୁଛି । ଆଗକୁ ଅଧିକ ସଂକ୍ରମଣ ହେଲେ ସେହି ଅନୁସାରେ ନିଷ୍ପତି ନିଆଯିବ । ଲୋକେ ସତର୍କ ରହିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ମାନିବା ଜରୁରୀ ।
ସୂଚନା ଯେ, ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ଆସନ୍ତା ନଭେମ୍ବର ମାସରୁ କୋଭିଡ୍ ଟିକା ପ୍ରଦାନ କରାଯିବ । ୨ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କ ପାଇଁ କୋଭିଡ୍ ଟିକା କୋଭାକ୍ସିନ୍କୁ ସରକାର ଗତ ବୁଧବାର ଆନୁଷ୍ଠାନିକ ଭାବେ ଅନୁମୋଦନ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଏହି ଶିଶୁ ଟିକାକରଣ କାର୍ଯ୍ୟକ୍ରମରେ ଗୁରୁତର ରୋଗରେ ପୀଡ଼ିତ ଥିବା ଓ ଇମ୍ୟୁନିଟି ଦୁର୍ବଳ ଥିବା ଶିଶୁମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି । ଟିକାକରଣରେ ପିଲାମାନଙ୍କୁ ଦୁଇ-ଡୋଜ୍ କୋଭାକ୍ସିନ୍ ଦିଆଯିବ ଏବଂ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ । ପିଲାମାନଙ୍କ ମଧ୍ୟରେ ଏହି ଟିକାକରଣ ଡ୍ରାଇଭ୍ ପ୍ରଥମେ କ୍ରନିକ୍ କିମ୍ବା ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥାରେ ପୀଡିତ ପିଲାମାନଙ୍କୁ ଟିକା ଯୋଗାଇବ । ଏଥିପାଇଁ ରୋଗର ପ୍ରାଥମିକ ତାଲିକା ପ୍ରସ୍ତୁତ ହେବାକୁ ତିନି ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ସେ ସୂଚନା ଦେଇଛନ୍ତି । ଡ୍ରଗ୍ କଂଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା ଏହି ସୁପାରିଶର ଏବେ ଅଧିକ ସମୀକ୍ଷା କରାଯାଉଛି ଏବଂ ଥରେ ଅନୁମୋଦନ ହେବା ପରେ ଆସନ୍ତା ମାସରେ ରୋଲ ଆଉଟ୍ ପ୍ରକ୍ରିୟା ଆରମ୍ଭ ହେବ ।
