ଆଜିଠୁ କପଡ଼ାରେ ଲାଗୁ ହେବନି ଜିଏସଟି
ନୂଆଦିଲ୍ଲୀ : ଆଜିଠୁ କପଡ଼ା ଉପରେ ଜିଏସଟି ଲାଗୁ ହେବ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ବୈଠକରେ ଜିଏସଟି ଦର ବଢ଼ାଇବାର ପଦକ୍ଷେପକୁ ପ୍ରତ୍ୟାହର କରାଯାଇଛି। ପୂର୍ବରୁ କପଡ଼ା ଉପରେ ୫ ପ୍ରତିଶତ ଥିବା ଜିଏସଟିକୁ ୭ ପ୍ରତିଶତ କରାଯାଇଥିଲା। ଅନେକ ରାଜ୍ୟ ଓ ଟେକ୍ସଟାଇଲ ୟୁନିୟନ ଏହାକୁ ଫେରାଇ ନେବାକୁ ଦାବୀ କରିଥିଲେ। ଏନେଇ ପ୍ରେସ କନଫ୍ରେନ୍ସରେ ସୀତାରମଣ ସୂଚନା ପ୍ରଦାନ କରିଛନ୍ତି।
ଚନାଯୋଗ୍ୟ, ସେପ୍ଟେମ୍ବର ୧୭ରେ ହୋଇଥିବା ଜିଏସଟିର ପୂର୍ବ ବୈଠକରେ କପଡ଼ା ଓ ଜୋତା ଉପରେ ଜିଏସଟି ସଂଶୋଧିତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଓ ତାମିଲନାଡ଼ୁ ଅର୍ଥମନ୍ତ୍ରୀ ପୀ ତ୍ୟାଗରାଜନଙ୍କ ସମେତ ଅନେକ ରାଜ୍ୟ ଏହାକୁ ବିରୋଧ କରିଥିଲେ।
