ବ୍ରହ୍ମାଣ୍ଡ ସୁନ୍ଦରୀଙ୍କୁ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା
ପୁରୀ : ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁଙ୍କୁ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା । ପୁରୀ ବେଳାଭୂମିରେ ଏନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ସୂଚନା ଯେ, ଭାରତର ହରନାଜ୍ କୌର ୨୦୨୧ ପାଇଁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ଏହି ବିଜୟ ଫଳରେ ହରନାଜ୍ ୭୦ତମ ମିସ୍ ୟୁନିଭର୍ସ ଟାଇଟଲ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଫଳରେ ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଭାରତକୁ ଏହି ଟାଇଟଲ ମିଳିଛି । ବର୍ତ୍ତମାନ ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ ନିଜ ନାମରେ ରଖିବାରେ ସକ୍ଷମ ହୋଇଛି ।
