ଶରଦ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)ର ମାହାତ୍ମ୍ୟ କିଛି ଜାଣିବା କଥା
ନମସ୍କାର ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କୁ କିଏ ଅବା ନ ଚାହିଁଥାଏ ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି ତାଙ୍କ ଆଶୀର୍ବାଦ ଦ୍ଵାରା ମନୁଷ୍ୟ ନିଜ ଜୀବନରେ ବହୁତ ଆଗକୁ ବଢ଼ି ପାରିଥାଏ। ତେବେ ଆଜି ଆସନ୍ତୁ ଆମେ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମାର ମାହାତ୍ମ୍ୟ ବିଷୟରେ ଜାଣିବା।

ଶରଦ ପୂର୍ଣ୍ଣିମାକୁ ଆମେ କୁମାର ପୂର୍ଣ୍ଣିମା କହିଥାଉ। ଏହିଦିନ କୁମାରୀ ଝିଅମାନେ ନିଜ ପସନ୍ଦର ଜୀବନସାଥି ପାଇବା ପାଇଁ ଓଷା ବ୍ରତ କରନ୍ତି ଓ ଚନ୍ଦ୍ରଙ୍କୁ ଅଞ୍ଜୁଳିରେ ଖଇ ଟେକିଥାନ୍ତି। ଏହିଦିନ ଭଗଵାନ କାର୍ତ୍ତିକେୟଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ। ଏହି ଦିନ ପୂର୍ଣ୍ଣିମା ବର୍ଷରେ ଆସିଥିବା ସବୁ ପୂର୍ଣ୍ଣିମା ଠାରୁ ଉତ୍ତମ ଓ ଶୁଭ ପୂର୍ଣ୍ଣିମା ହୋଇଥାଏ।

ଏହି ପୂର୍ଣ୍ଣିମାରେ ପୂଜା କରିଥିବା ବ୍ୟକ୍ତିଙ୍କୁ ତାର କ୍ଷମତା ଠାରୁ ଅଧିକ ଫଳ ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଶରଦ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀ ଅନ୍ୟ ଦେବତାଙ୍କ ସହ ପୃଥିବୀକୁ ଆସିଥାନ୍ତି ଓ ଭ୍ରମଣ କରନ୍ତି ଯାହା ପୂଜା ଅର୍ଚ୍ଚନା ତାଙ୍କୁ ଭଲ ଲାଗିଥାଏ ସେହି ବ୍ୟକ୍ତିକୁ ମାତା ନିଜର ବିଶେଷ କୃପା ଦେଇଥାନ୍ତି।

ଶାସ୍ତ୍ରରେ କୁହାଯାଇଛି କି ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କର କିରଣ ସହିତ ଅମୃତ ଧରା ପୃଷ୍ଟକୁ ଆସିଥାଏ। ତେବେ ଏହି ଦିନ କ୍ଷୀରି ତିଆରି କରି ଚନ୍ଦ୍ର ଆଲୋକରେ ରଖିବା ପରେ ଖିଆ ଯାଇଥାଏ ଯାହା ଦ୍ଵାରା ସ୍ବାସ୍ଥ୍ୟ ଭଲ ରହିବା ସହିତ କୌଣସି ରୋଗ ବୈରାଗ ଆସିନଥାଏ।

ନିଜର ଦୃଷ୍ଟି ଶକ୍ତି ବଢ଼ିବା ପାଇଁ ଚାହୁଁଥିଲେ ଶରଦ ପୂର୍ଣ୍ଣିମାରେ ଜହ୍ନ ଆଲୋକରେ ବସି ଛୁଞ୍ଚିରେ ସୂତା ଲଗାଇବା ଦ୍ଵାରା ଆପଣଙ୍କ ଦୃଷ୍ଟିଶକ୍ତି ବଢ଼ିଥାଏ। ତେବେ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ଲଙ୍କାର ଅଧିପତି ରାବଣ ଶରଦ ପୂର୍ଣ୍ଣିମା ଦିନ ଦର୍ପଣ ମାଧ୍ୟମରେ ଚନ୍ଦ୍ର କିରଣ ନିଜ ନାଭିରେ ଲଗାଉଥିଲେ ଯେଉଁ କାରଣରୁ ସେ ବୋହୁତ ଶକ୍ତିଶାଳୀ ଥିଲେ।

ତେବେ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଶରଦ ପୂର୍ଣ୍ଣିମା ରାତିରେ ୧୦ ରୁ ୧୨ ଟା ମଧ୍ୟରେ ହାଲୁକା ବସ୍ତ୍ର ପରିଧାନ କରି ଜହ୍ନ ଆଲୋକରେ ବସିବା ଦ୍ଵାରା ଆପଣଙ୍କୁ ଅସୀମ ଉର୍ଜା ମିଳିଥାଏ। ଶରଦ ପୂର୍ଣ୍ଣିମା ଦିନ କାହାକୁ ଟଙ୍କା ଧାରଉଦ୍ଧାର ଦିଅନ୍ତୁ ନାହିଁ ଏବଂ କାହା ଠାରୁ ଟଙ୍କା ମଧ୍ୟ ଆଣନ୍ତୁ ନାହିଁ ଏହା ଅଶୁଭ ଅଟେ ଯଦି ଆପଣ ପୂଜା କରୁଛନ୍ତି ତେବେ ଦକ୍ଷିଣା ଅବଶ୍ୟ ଦିଅନ୍ତୁ। ଶରଦ ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଅରୁଆ ଚାଉଳର ଚୁନା ଓ ହଳଦୀର ମିଶ୍ରଣରେ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକଚିହ୍ନ ତିଆରି କରନ୍ତୁ ଯାହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
