ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ
କେନ୍ଦ୍ରାପଡା : ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ଦୋହଳି ସ୍ଥିତ ବନମାଳୀ ବ୍ରହ୍ମଚାରୀ ଆଦର୍ଶ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ ଜୁବୁଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ପହଁଚିବା ପରେ ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ର ସଂସଦ ଓ ବିଶିଷ୍ଟ ଅତିଥି ମାନେ ତାଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଜଣାଇବା ପରେ ସ୍ୱର୍ଗତ ବ୍ରହ୍ମଚାୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଜୁବୁଲି କାର୍ଯ୍ୟକ୍ରମରେ ପ୍ରଫେସର ଶ୍ରୀ ଲାଲଙ୍କ ସମେତ ପୁରାତନ ଛାତ୍ର ସଂସଦର ସଂପାଦକ ନାରାୟଣ ଚକ୍ରବର୍ତୀ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାକ୍ତନ ନିର୍ବାଚନ କମିଶନର ରବି ନାରାୟଣ ସେନାପତି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ବି ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ଆରତୀବାଳା ରଥ ପ୍ରମୁଖ ମଂଚାସୀନ ଥିବାବେଳେ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ରାଜ୍ୟପାଳ ଶ୍ରୀ ଲାଲ ବିଶ୍ୱ ସାମନା କରୁଥିବା ଯୁଦ୍ଧର ବିଭିଷିକା ମଧ୍ୟରେ ଆରାଧ୍ୟ ଦେବତା ଶ୍ର୍ରୀ ଜଗନ୍ନାଥ ବିଶ୍ୱ ଶାନ୍ତି,ମୈତ୍ରୀ ଓ ଭ୍ରାତୃତ୍ୱର ବାର୍ତା ପ୍ରଦାନ କରି ବିଶ୍ୱରେ ଧାର୍ମିକ, ସାଂସ୍କୃତିକ, ସ୍ନେହ ଓ ପ୍ରେମର ବାର୍ତା ସହ ବିଶ୍ୱ ଭ୍ରାତୃତ୍ୱ କୁ ପ୍ରତିପାଦନ କରୁଥିବା ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ ମାନେ ଅଧ୍ୟନ ସହ ଦେଶ ଓ ଦଶ ର ଯଶକୁ ଉନ୍ନତ ସୋପାନକୁ ଆଗେଇ ବୋକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମେଚିତ ହୋଇଥିଲା । ପୁରାତନ ଛାତ୍ର ସଂସଦ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ନ୍ଧନା ଜ୍ଞାପନ କରାଯାଇ ଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
