ରାଜ୍ୟପାଳଙ୍କ ୨ଦିନିଆ ମୟୂରଭଂଜ ଜିଲ୍ଲା ଗସ୍ତ
ବାରିପଦା : ଭାରତବର୍ଷର ଅର୍ଥନତୀ କୃଷକ ଓ ଗୋପାଳକଙ୍କ ଉପରେ ନିର୍ଭର କରେ ଗୋ ମାତାକୁ ପଶୁ ଭାବୁଥିବା ମଣିଷ ହିଁ ପଶୁ ପଦବାଚ୍ୟ
ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ୨ଦିନିଆ ମୟୂରଭଂଜ ଜିଲ୍ଲା ଗ୍ରସ୍ତରେ ଆସି ପ୍ରଥମେ କପ୍ତିପଦା ଉପଖଣ୍ଡର ଶାଳଚୁଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ପରେ ବାରିପଦା ସହର ନିକଟ ଶ୍ୟାମାଖୁଂଟା ବ୍ଲକର ଗୁଣ୍ଡିହୁଡି ଠାରେ ଥିବା ଶ୍ରୀରାଧାକୃଷ୍ଣ ଗୋସେବା ସମିତିର ଏକ ନୁତନ ଗୋଶାଳା ଗୃହ ଉଦଘାଟନ କରିବା ସହ ଆୟୋଜିତ ସଭାରେ ଯୋଗଦେଇ ଆମ ସମାଜରେ ଗାଈର ମହତ୍ୱକୁ ବ୍ୟାଖ୍ୟା କରି ଗାଈ ମାନବ ସମାଜକୁ ଅମୃତ ଦାନ କରିଥାଏ । ଏବଂ ଭାରତବର୍ଷର ଅର୍ଥନତୀ କୃଷକ ଓ ଗୋପାଳକଙ୍କ ଉପରେ ନିର୍ଭର କରେ । ଏଣୁ ଗାଈକୁ ଯେଉଁମାନେ ସାମାନ୍ୟ ପଶୁ ବୋଲି ଭାବନ୍ତି ସେମାନେ ନିଜେ ପଶୁ ପଦବାଚ୍ୟ ବୋଲି କହିଛନ୍ତି । ଗୋଶାଳା ଏବଂ ଧର୍ମଶାଳା ସ୍ଥାପନ ପାଇଁ ଜମୀ ଚିହ୍ନଟ କରାଗଲେ ସେ ନିଜେ ସରକାରଙ୍କ ସହ ଯୋଗାଯୋଗ କରି ଜିଲ୍ଲାରେ ନୂତନ ଗୋଶାଳା ସ୍ଥାପନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହି ଅବସର ରେ ଶ୍ରୀ ରାଧାକୃଷ୍ଣ ଗୋସେବା ସମିତିର ଗୋ ସେବା ସମିତିର ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ମୁରାରୀ ଲାଲ ଶର୍ମା, ଆବାହକ ହେମନ୍ତ କୁମାର ଶାହା ଙ୍କ ସହିତ ଅନ୍ୟାନ୍ୟ ଟ୍ରଷ୍ଟି ମେମ୍ବର ମାନେ ଉପସ୍ଥିତ ଥିଲେ । ପରେପରେ ସଂଧ୍ୟାରେ ଶୁଳିଆପଦା ବ୍ଲକ ଅନ୍ତର୍ଗତ ଗଡିଆ ଠାରେ ଥିବା ଚିନ୍ତାମଣି ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ବିଦ୍ୟାଳୟ ଦେଉଛି ସମାଜ ଗଠନର ମନ୍ଦିର ଏବଂ ଶିକ୍ଷା ଦ୍ୱାରା ହିଁ ଏକ ସୁସ୍ଥ ସମାଜର ପରିକଳ୍ପନା ସମ୍ଭବ ବୋଲି କହିଛନ୍ତି । କାର୍ଯ୍ୟକ୍ରମ ସାରି ବାରିପଦା ସର୍କିଟ ହାଉସରେ ପହଂଚି ରାତ୍ରିଯାପନ କରିଛନ୍ତି । ସୋମବାର ୮ଟା ସମୟରେ ବାରିପଦା ସର୍କିଟ ହାଉସରୁ ବାହାରି ମୟୂରଭଂଜ ଜିଲ୍ଲାର ବିଶୋଇ, ଯଶିପୁର ଦେଇ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।
