ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର କରୋନା ସଂକ୍ରମିତ
ଜୟପୁର : ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର କରୋନା ସଂକ୍ରମିତ ହୋଇଛନ୍ତି । ରାଜଭବନ ତରଫରୁ ଟ୍ୱିଟ କରି କୁହାଯାଇଛି ଯେ ରାଜ୍ୟପାଳ କଲରାଜ ମିଶ୍ରଙ୍କର କୋଭିଡ ଜାଁଚ ରିପୋର୍ଟ ପଜିଟିଭ ଆସିଛି ତେଣୁ ଆପଣ ଯେଉଁ ମାନେ ଗତ କିଛି ଦିନ ଭିତରେ ତାଙ୍କ ସସ୍ପର୍ସରେ ଆସିଛନ୍ତି ଦୟାକରି ସେମାନେ କରୋନା ଟେଷ୍ଟ କରାଇନିଅନ୍ତୁ । ସବୁଲୋକମାନେ ସତର୍କ ରୁହନ୍ତୁ ଏବଂ କରୋନାର ଗାଇଡ୍ ଲାଇନ୍କୁ ମାନନ୍ତୁ । ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି , କିନ୍ତୁ ସେ ଆଇସୋଲେସନରେ ଅଛନ୍ତି ।
