ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ସମ୍ଭାବ୍ୟ ମହାମାରୀ କରୋନାର ତୃତୀୟ ଲହରକୁ ନେଇ ଆଶା ଓ ଆଶଙ୍କା ଲାଗି ରହିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ତୃତୀୟ ଲହରରେ ଦୈନିକ ୧୦ରୁ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିବ । ଫଳରେ ରାଜ୍ୟ ସରକାର ଏବେଠୁ ପ୍ରସ୍ତୁତି ସରିଥିବା ନେଇ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ତୃତୀୟ ଲହରକୁ ଆଧାର କରି ଟାକ୍ସଫୋର୍ସ (ରାଜ୍ୟ ଓ ଜିଲା ଟାକ୍ସଫୋର୍ସ) ଗଠନ ହୋଇଛି । ତେବେ ତୃତୀୟ ଲହର ପରିଚାଳନା ନେଇ ଏସଓପି ତିଆରି ହୋଇଛି, ଯେଉଁଥିରେ ସମସ୍ତ ଜିଲାପାଳ, ମୁନସିପାଲ କମିଶନର, ମେଡିକାଲ କଲେଜ ମାନଙ୍କୁ ଏହି ଏସଓପି ପାଳନ ନେଇ ସ୍ବଷ୍ଟ ନିର୍ଦ୍ଦେଶ ରହିଥିବା ମନ୍ତ୍ରୀ କହିଛନ୍ତି । ଏହା ସହ ଓଏସଏମସିଏଲ ପର୍ଯ୍ୟାପ୍ତ ପରିମାଣରେ ଡ୍ରଗ୍ସ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଶିଶୁମାନଙ୍କ ପାଇଁ ୨୩୯୦ ସାଧାରଣ ସାଙ୍ଗକୁ ୬୧୦ ଆଇସିୟୁ ବେଡ ରେଡି ଅଛି ।
ସେହିପରି ଶିଶୁଙ୍କ ପାଇଁ ଶିଶୁ ଭବନ ମଧ୍ୟ ପ୍ରସ୍ତୁତ ରହିଛି । ଏହା ସହ ୫୦ ପ୍ରତିଶତ ବେଡ ତୃତୀୟ ଲହର ପାଇଁ ପ୍ରସ୍ତୁତ ରଖିବା ପାଇଁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡିଲେ କଣ୍ଟେନମେଣ୍ଟ ଜୋନ ମଧ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ନିଜେ ତୃତୀୟ ଲହରକୁ ମନିଟର କରୁଥିବା ମନ୍ତ୍ରୀ କହିଛନ୍ତି ।
