କୁମକୁମ୍ ଭାଗ୍ୟ ସିରିଏଲ୍ କୁ ଅଲବିଦା କହିଲେ ଅଭି
ମୁମ୍ବାଇ : ଟିଭି ଧାରାବାହିକ କୁମକୁମ୍ ଭାଗ୍ୟ ଯାହା ସମସ୍ତଙ୍କର ଲୋକପ୍ରିୟ ଅଟେ | ଏହି ସିରିଏଲ ଅଭିନେତା ଶବ୍ବୀର ଅହଲୁୱାଲିଆ ବା ଅଭି ନିଜ ଅଭିନୟରେ ଦର୍ଶକ ମନରେ ରାଜ କରୁଥିଲେ | ସେ ଏହି ଶୋ’ର ୭ ବର୍ଷ ପର୍ଯ୍ୟନ୍ତ ଅଂଶଗ୍ରହଣ କରିଛନ୍ତି । ଅଭି ଏହି ସୋ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ତାଙ୍କୁ ଅନ୍ୟ ଏକ ଚ୍ୟାନେଲର ଶୋ’ ରେ ଦେଖିବାକୁ ମିଳିବ। ଏହା ସହ ଜଡିତ କାଗଜପତ୍ର କାମ ମଧ୍ୟ ହୋଇସାରିଛି।
ଶବ୍ବୀର କିଛି ଦିନରୁ ଶୋ’ରେ ନଜର ଆସୁନାହାଁନ୍ତି। ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଶବ୍ବୀର ଏହି ଶୋ’ ଛାଡି ନିଜ କ୍ୟାରିଅରରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛନ୍ତି । ଶବବୀର କାହିଁକି ଶୋ’ ଛାଡିଛନ୍ତି ତାହା ଏପର୍ଯ୍ୟନ୍ତି ସ୍ପଷ୍ଟ ହୋଇ ନାହିଁ । ସୂଚନା ଅନୁଯାୟୀ , ଶବବୀର ଅନ୍ୟ ଏକ ଚ୍ୟାନେଲରେ ନୂଆ ଶୋ’ର ଅଂଶ ହେବାକୁ ଯାଉଛନ୍ତି। ଏହାର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କିନ୍ତୁ ଏହା ଅନୁମାନ କରାଯାଉଛି ନିର୍ମାତା କିଛି ସପ୍ତାହ ଧରି ନ୍ୟୁ ଜେନେରେସନ୍ ଉପରେ ଧ୍ୟାନ ଦେଉଛନ୍ତି।
