ମଧ୍ୟବିତ ପରବାରଙ୍କ ପାଇଁ ଖୁସି ଖବର! ମିଳିବ ୫ ଲକ୍ଷ ଟଙ୍କାର ନିଶୁଳ୍କ ଚିକିତ୍ସା ସୁବିଧା
ନୂଆଦିଲ୍ଲୀ: ମଧ୍ୟବିତ ପରବାରଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମ୍ପ୍ରସାରଣ ଲାଗି ବିଚାର କରୁଛନ୍ତି । ନୂତନ ହିତାଧିକାରୀଙ୍କ ପାଇଁ ଏକ ନାମମାତ୍ର ପ୍ରିମିୟମରେ ଏହାକୁ ପରିଚିତ କରାଇବାକୁ ଯୋଜନା । ପ୍ରଧାନମନ୍ତ୍ରୀ ମୋଦି ୨୦୧୮ ମସିହାରେ ଏହି ଯୋଜନାର ଆରମ୍ଭ କରିଥିଲେ । ଏହାର ଅଧୀନରେ ୧୦.୭୪ କୋଟି ପରିବାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଯୋଜନାର ସମ୍ପ୍ରସାରଣ କରାଗଲେ ସେପରି ଲୋକଙ୍କୁ ଯୋଜନାର ଲାଭ ମିଳିପାରିବ ଯେଉଁମାନେ ଏହି ଯୋଜନାକୁ ଆବଶ୍ୟକ କରୁଛନ୍ତି । ଯୋଜନାକୁ ଏବେ ମାମୁଲି ପ୍ରିମିୟମରେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯୋଜନା କରାଯାଉଛି ।
ଦେଶର ମଧ୍ୟମ ଆୟକାରୀ ବର୍ଗ ଯେଉଁମାନେ ନା ଗରିବଙ୍କ ସୂଚୀରେ ଆସୁଛନ୍ତି ନା ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସଞ୍ଚୟ ଅଛି ଏପରି ଲୋକଙ୍କ ପ୍ରତି ଏବେ ଧ୍ୟାନ ଦେବା ଜରୁରି ହୋଇପଡିଛି । ମଧ୍ୟମ ଆୟାକାରୀ ବର୍ଗଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କଭର କରିବା ପାଇଁ ବିଚାର କରାଯାଉଥିବା ଅଧିକାରୀ କହିଛନ୍ତି । ଉଲ୍ଲେଖଯୋଗ୍ୟଯେ ଏହି ଯୋଜନା ଏବେ ଗରିବ ଓ ଦୁର୍ବଳ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ କଭର କରୁଛି । ଏଥିଲାଗି ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ୧୨ଶହରୁ ୧୩ଶହ ଟଙ୍କା ପର୍ଯ୍ୟନ୍ତ ବନ୍ଧା ଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାର ୬୦:୪୦ ଅନୁପାତରେ ଏହି ପ୍ରିମିୟମ ଜମା କରୁଛନ୍ତି । ଦେଶରେ ଏପରି ଲୋକେ ଅଛନ୍ତି ଯେଉଁମାନେ ବାର୍ଷିକ ୧ ଲକ୍ଷ ଟଙ୍କା ଆୟ କରୁଛନ୍ତି, ଏପରିବି ଲୋକେ ଅଛନ୍ତି ଯେଉଁମାନେ ବାର୍ଷିକ ୧୦ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଲୋକେ ଆହୁରି ଅଧିକ ଆୟ ମଧ୍ୟ କରୁଛନ୍ତି ହେଲେ ନିକଟରୁ ଦେଖିଲେ ମେଡିକାଲ ବାବଦ ଖର୍ଚ୍ଚ ବହନ କରିବାକୁ ଏମାନେ ଅକ୍ଷମ । ଏଣୁ ହିତାଧିକାରୀଙ୍କ ସୂଚୀକୁ ସମ୍ପ୍ରସାରଣ କରିବା ଜରୁରି ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ।
