ଭାରତୀୟଙ୍କ ପାଇଁ ଖୁସି ଖବର : କୋଭିସିଲ୍ଡ ଟିକାକୁ ସ୍ୱୀକୃତି ଦେଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ଚାହୁଁଥିବା ଭାରତୀୟମାନଙ୍କ ପାଇଁ ଖୁସି ଖବର । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ଏବଂ ସିରମ ପକ୍ଷରୁ ଭାରତରେ ଉତ୍ପାଦିତ କୋଭିସିଲ୍ଡ ଟିକାକୁ ସ୍ୱୀକୃତି ଦେଲା ଅଷ୍ଟ୍ରେଲିଆ । ଏନେଇ କୋଭିସିଲ୍ଡ କୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏକ ‘ସ୍ୱୀକୃତିପ୍ରାପ୍ତ ଟିକା’ ଭାବରେ ଘୋଷଣା କରିଛି ଅଷ୍ଟ୍ରେଲିଆ ।
ଅଷ୍ଟ୍ରେଲିଆ ସରକାରଙ୍କ ତରଫରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ ଟିକା କୋଭିସିଲ୍ଡ ସପ୍ଲିମେଣ୍ଟ ଯେଉଁମାନେ ନେଇଛନ୍ତି ସେମାନେ ଅଷ୍ଟ୍ରେଲିଆ ଯାତ୍ରା କରିପାରିବେ । ତେବେ ସେଠାରେ ଉଚ୍ଚ ଶିକ୍ଷା ପାଇଁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ବହୁଶ୍ରୀଘ୍ର ଅନୁମତି ମିଳିବ ବୋଲି ଅଷ୍ଟ୍ରଲିଆ ସରକାରଙ୍କ ଠାରୁ ପ୍ରକାଶ ପାଇଛି ।
