ହକିପ୍ରେମୀଙ୍କ ପାଇଁ ଖୁସି ଖବର : ଓଡ଼ିଶାରେ ଜୁନିଅର ହକି ବିଶ୍ୱକପ୍
- ଲୋଗୋ-ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
- ନଭେମ୍ବର ୨୫ରୁ ଡିସେମ୍ବର ୬ ଯାଏଁ ଖେଳାଯିବ ମ୍ୟାଚ୍
ଭୁବନେଶ୍ୱର : ଭୁବନେଶ୍ୱରରେ ଦ୍ଵାଦଶ ତମ ପୁରୁଷ ଜୁନିଅର ହକି ବିଶ୍ୱକପ୍-୨୦୨୧ର ଆୟୋଜନ ହେବ। ଜୁନିଅର ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବଡ଼ ଘୋଷଣା କରିଛନ୍ତି । ପୁରୁଷ ଜୁନିଅର ବିଶ୍ୱକପ୍ ହକି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି । ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ଯାଏଁ ବିଶ୍ୱକପ୍ର ମ୍ୟାଚ୍ ଗୁଡ଼ିକ ଖେଳାଯିବ।
କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ପ୍ରେସିଡେଣ୍ଟ ନରେନ୍ଦର ବାତ୍ରା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁୁଷାରକାନ୍ତି ବେହେର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ, ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ସହ ବହୁ କର୍ମକର୍ତ୍ତା ସାମିଲ ଥିଲେ। କୋଭିଡ କଟକଣାରେ ହେବ ହକି ବିଶ୍କପ ମ୍ୟାଚ୍ ହେବ।
