ଦୂର ହେଲା ଯୁକ୍ତ୨ ଦ୍ଵନ୍ଦ : ଜାଣନ୍ତୁ କିପରି ହେବ ପରୀକ୍ଷା ମୂଲ୍ୟାୟନ
ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୨୮ ତାରିଖରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ଏକାସାଙ୍ଗରେ ପରୀକ୍ଷା ଆରମ୍ଭ ହେବ । ସମସ୍ତ ପରୀକ୍ଷା ଅଫ୍ଲାଇନ୍ରେ ହେବ । ତେବେ ଏଥର ନୂଆ ପଦ୍ଧତିରେ ଦୁଇଟି ସ୍କିମ୍ରେ ମୂଲ୍ୟାୟନ କରାଯିବ ବୋଲି ସୂଚନା ଦେଇଛି ସିଏଚ୍ଏସ୍ଇ ।
ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବା ନେଇ ସୂଚନା ଦେଇଛି ସିଏଚ୍ଏସ୍ଇ । ପରୀକ୍ଷା ତାରିଖ ଘୋଷଣା ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କରୋନା କାରଣରୁ ଦୁଇ ବର୍ଷ ଧରି ଦ୍ୱାଦଶ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଗତବର୍ଷ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିବା ବେଳେ ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କ ମଦ୍ୟରେ ଅସନ୍ତୋଷ ଦେଖଯାଇଥିଲା । ଏହାକୁ ନଜରରେ ରଖି ନୂଆ ପଦ୍ଧତିରେ ମୂଲ୍ୟାୟନ ହେବ । ତେଣେ ଏପ୍ରିଲ୍ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ଏକା ସମୟରେ ଦ୍ୱାଦଶ ପରୀକ୍ଷା ଗଣଶିକ୍ଷା ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।
ଜାଣନ୍ତୁ କିପରି ହେବ ପରୀକ୍ଷା :
– ନିଜ ନିଜ ଶିକ୍ଷାନୁଷ୍ଠାନରେ ନିଜ ଶିକ୍ଷକ ପ୍ରାକ୍ଟିକାଲ୍ ପରୀକ୍ଷା କରାଇବେ ।
– ଦୁଇଟି ସ୍କିମ୍ରେ ମୂଲ୍ୟାୟନ କରାଯିବ ।
– ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ ।
– ନଚେତ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟରଏଣ୍ଡ୍ ପରୀକ୍ଷାର ୨୦ ପ୍ରତିଶତ ମାର୍କରୁ ନମ୍ବର ମିଳିବ।
– ଉଭୟ ପଦ୍ଧତ୍ତିରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହା ଚୂଡ଼ାନ୍ତ ହେବ ।
